ଗ୍ରାମାଞ୍ଚଳରେ କ୍ରୀଡ଼ାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ ମାନନୀୟା ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): କୁସୁମୀ ବ୍ଲକ ଅନ୍ତର୍ଗତ DCA Club ତାମୁଳିଆ ଠାରେ ଆୟୋଜିତ ଆନ୍ତରାଜ୍ୟ କ୍ରିକେଟ ଫାଇନାଲ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ କ୍ରୀଡ଼ାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ ମାନନୀୟା ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଜେଡ଼ି ମୟୁରଭଞ୍ଜ ସଦର ଜିଲ୍ଲା ସଭାପତି ଶ୍ରୀଯୁକ୍ତ କାଶୀନାଥ ହେମ୍ବ୍ରମ ଆଦିବାସୀ ଛାତ୍ର ଛାତ୍ରୀ ମାନେ ପାଠପଢା ସାଙ୍ଗଙ୍କୁ କ୍ରୀଡା ଓ ବ୍ୟାୟାମ କୁ ଗୁରୁତ୍ୱ ଦେବା ପାଇଁ ଉପଦେଶ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ସମାଜସେବୀ ଯୁବନେତା ଦୀପ୍ତିମାନ ବଳ, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ଗଣେଶ ମିଶ୍ର,ସ୍ଥାନୀୟ ସରପଞ୍ଚ ହୀରାବତୀ ନାଏକ,ହରିପଦ ମହାନ୍ତ।ବିଜେଡି ଛାତ୍ର ରାଜ୍ୟ ସମ୍ପାଦକ ବିକାଶ ମହାନ୍ତଙ୍କ ଉଦ୍ୟମରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ସମେତ ଆଖ ପାଖ ଅଞ୍ଚଳର ବହୁ କ୍ରୀଡ଼ାପ୍ରେମୀ, ଖେଳାଳୀ ଉପସ୍ଥିତ ଥିଲେ।ତାରକା ଖଚିତ ୟଙ୍ଗ ଇଣ୍ଡିଆ ଦଳ ଫାଇନାଲ ରେ ବିଜେତା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ