ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଲୁପ୍ତ ପ୍ରାୟ ବାଇଚଢେଇ ବସା
ଆସିକା, (ଯୁଗାବ୍ଦ ନ୍ୟୁଜ):ବାଇ ଚଢେଇ ବା ୱେଭିଂ ବାର୍ଡ । ଦିନ ଥିଲା ଗାଁ ଠାରୁ ଆରମ୍ଭ କରି ସହର ସବୁଠି ଦେଖିôବାକୁ ମିଳୁଥିଲା ବାଇଚଢେଇ ବସା । ଗ୍ରାମଞ୍ଚଳ ଓ ସହରାଞ୍ଚଳର ବିଭିନ୍ନ ଗଛ ଓ ତାରରେ ବାଇଚଢେଇ ନିଜର କୁନିକୁନି ଥଣ୍ଟରେ ତାଳପତ୍ର ବ୍ୟବହାର କରି ବସା ତିଆରି କରୁଥିଲା । ମାଇ ଓ ପୁରୁଷ ବାଇଚଢେଇଙ୍କ ପାଇଁ ଅଲଗା ଅଲଗା ବସା ହୋଇଥାଏ । ନିଜ କଅଁଳିଆ ଥଣ୍ଟରେ ମାଟି ଓ ଗୋବରକୁ ଆଣି ବାଇଚଢେଇ ନିଜ ବସା ଚାରିପଟେ ପ୍ରଲେପ ଦେଇଥାଏ । ବସାରେ ମାଇ ପକ୍ଷୀ ଅଣ୍ଡା ଦେବାସହ ନିଜର ଛୁଆର ଲାଳନ ପାଳନ କରିଥାଏ । ବାଇଚଢେଇ ଏକ କ୍ଷୁଦ୍ର ପକ୍ଷୀ ହେଲେବି ଏହାର ବସା ଅତି ଶକ୍ତିଶାଳୀ ଓ ଟାଣ କିନ୍ତୁ ଆଧୁନିକତାର ଛାପ ସାଙ୍ଗକୁ ଦୃତ ଜନସଂଖ୍ୟା ବୃଦ୍ଧି, ମୋବାଇଲ୍ ରେଡିଏସନ୍, ବ୍ୟାପକ କୋଠାବାଡି ନିର୍ମାଣ, ଯାନବାହନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଜଙ୍ଗଲ ଧ୍ୱଂସ୍ତ କାରଣରୁ ପ୍ରକୃତିର ଅନ୍ୟାନ୍ୟ ଅବଦାନ ଆକର୍ଷଣୀୟ ବାଇଚଢେଇ ଓ ତାର ବସା ଆଉ ଗାଁ ଗହଳିରେ ପ୍ରାୟତଃ ଦେଖିବାକୁ ମିଳୁନାହିଁ । ଗ୍ରାମାଞ୍ଚଳର ଗଛ ମାନଙ୍କରେ ମନଲୋଭା ବସା କରି ରହୁଥିବା ବାଇଚଢେଇ ତାର ସ୍ୱରରେ ଲୋକଙ୍କୁ ବେଶ୍ ଆନନ୍ଦ ଦେଉଥିଲେ । ସାଂପ୍ରତିକ ପରିସ୍ଥିତିରେ ଏହି ବାଇଚଢେଇ ପକ୍ଷୀଙ୍କ ବସା ଦିନକୁଦିନ ଲୋପ ପାଇବାରେ ଲାଗିଛି । ଅତୀତରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ଏହି ବାଇଚଢେଇ ପକ୍ଷୀ ମାଧ୍ୟମରେ ଜାଣି ହେଉଥିଲା ବୋଲି ପରିବେଶ ବିତ୍ ଏ. ବ୍ରହ୍ମାନନ୍ଦ ଆଚାରୀ ଦୃଢୋକ୍ତିର ସହ ପ୍ରକାଶ କରିଥିବା ବେଳେ ଆଗାମୀ ପିଢି ପାଇଁ ବାଇଚଢେଇ ଦେଖିବା ସ୍ୱପ୍ନ ହେବା ସମ୍ଭାବନକୁ ଏଡାଇ ହେବ ନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।