ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ମଣିନାଥପୁର କ୍ରିକେଟ କ୍ଲବ ପକ୍ଷରୁ ଦିବଂଗତ ଶିକ୍ଷକ ବାସୁଦେବ ଦାସଙ୍କ ସ୍ମୃତିରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ୧୬ଗୋଟି ଦଳ ଅଂଶଗ୍ରହଣ କରିଥିବାବେଳେ ଫାଇନାଲ ମ୍ୟାଚ ଏମବିସିସି ବାଣପୁର ସହିତ ଏମସିସି ମଣିନାଥ ପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୫ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ମଣିନାଥପୁର ୬ଉଇକେଟ ହରାଇ ୩୧ରନ ସଂଗ୍ରହ କରିଥିବାବେଳେ ବାଣପୁର ଟିମ ୩.୩ ଓଭରେ ଗୋଟିଏ ଉଇକେଟ ହରାଇ ୩୫ରନ କରି ବିଜୟୀ ହୋଇଥିଲା । ଅନୁଷ୍ଠିତ ପୁୁରସ୍କାର ବିତରଣ ସଭାରେ ସମାଜସେବୀ ନରେନ୍ଦ୍ର ବେହେରା, ଆଲୋକ ଦାସ, ଶିକ୍ଷକ ବିଶ୍ୱମ୍ବର ରାଉତ, ଚନ୍ଦ୍ରକାନ୍ତ ବରାଳ, ବ୍ରଜକିଶୋର ମଲ୍ଲିକ ପ୍ରମୁଖ ଯୋଇଗଦେଇ ଚାମ୍ପିଅନ ଦଳକୁ ଟ୍ରଫି ସହିତ ରନଅର୍ସଅପ ଦଳକୁ ପୁରୁସ୍କୃତ କରିଥିଲେ । ଅମ୍ପେୟାର ଭାବେ ବିକ୍ରମ କେଶରୀ ଦାସ, ଶ୍ରୀକାନ୍ତ ଦାସ, ସଂଗ୍ରାମ ପରିଡା, ଅବିନାଶ ମହାଳିକ ଖେଳ ପରିଚାଳନା କରିଥିବାବେଳେ ଟୁର୍ଣ୍ଣାମେଣ୍ଟକୁ ବିବେକାନନ୍ଦ ମଲ୍ଲିକ, ଦୀପକ ଦାସ, ସୁଧାଂଶୁ ବେହେରା, ଜ୍ୟୋତିପ୍ରକାଶ ନାୟକ, ରାଜେନ୍ଦ୍ର ଦିକ୍ଷିତ ପ୍ରମୁଖ ପରିଚାଳନା କରିଥିଲେ ।


