ଗ୍ରାମାଞ୍ଚଳ ପାର୍କ ଓ ସ୍ମାର୍ଟ କ୍ଳାସ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ ପ୍ରକଳ୍ପ ନିର୍ଦ୍ଦେଶକ

ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଓ ନିମଖଣ୍ଡିପେଣ୍ଠ ପଞ୍ଚାୟତରେ ଚାଲିଥିବା ଗ୍ରାମାଞ୍ଚଳ ପାର୍କ ଓ ସ୍ମାର୍ଟ କ୍ଳାସ କାର୍ଯ୍ୟର ଅଗ୍ରଗତି ନେଇ ସୋମବାର ଦିନ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଦିଗପହଣ୍ଡି ବ୍ଲକ ଗସ୍ତରେ ଆସି ଏହାର ସମୀକ୍ଷା କରିଥିବା ଜଣାପଡ଼ିଛି । ରାଜ୍ୟ ସରକାର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ଗୁଡ଼ିକୁ ସୁସଜ୍ଜିତ ଓ ସୌନ୍ଦର୍ଯ୍ୟମୟ କରିବା ପାଇଁ ବହୁ ବିକାଶମୂଳକ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ଏହାର ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭାଉସାହେବ ଅଚାନକ ଦିଗପହଣ୍ଡି ବ୍ଲକ ଗସ୍ତ କରିବା ସହ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ପାହାଡ଼ ଶୀର୍ଷରେ ଚାଲିଥିବା ବଜରଙ୍ଗୀ ପାର୍କ , ଭ୍ଯୁ ପଏଣ୍ଟ ଓ ଆଦର୍ଶ ପୋଖରୀର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ସେହିପରି ନିମଖଣ୍ଡିପେଣ୍ଠ ପଞ୍ଚାୟତର ରାଧାମୋହନ ହାଇସ୍କୁଲ ଓ ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଯୋଜନାରେ ସ୍ମାର୍ଟ କ୍ଳାସ ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟର ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି । ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭାଉସାହେବଙ୍କ ଏହି ଗସ୍ତ ସମୟରେ ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର , କନିଷ୍ଠ ଯନ୍ତ୍ରୀ ରମେଶ ସାହୁ , ଶରତ ମଲ୍ଲ , ବିଜୟ ଲକ୍ଷ୍ମୀନାରାୟଣପୁର ସରପଞ୍ଚ ପ୍ରତିନିଧି ସୂର୍ଯ୍ୟ ନାରାୟଣ ସାହୁ , ପଞ୍ଚାୟତ ନିର୍ବାହୀ ଅଧିକାରୀ ନିକୁଞ୍ଜ ପାଣିଗ୍ରାହୀ , ପ୍ରଦୀପ କୁମାର ପଣ୍ଡା , ଗ୍ରାମ ରୋଜଗାର ସେବକ ହରିକୃଷ୍ଣ ଚୌଧୁରୀ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ