ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗ୍ରାମାଞ୍ଚଳ ପ୍ରାଥମିକ ବୃତ୍ତି ପରୀକ୍ଷା-୨୦୨୦ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେବଳ ପଞ୍ଚମ ଶ୍ରେଣୀର ୨୫୧ଜଣ ଛାତ୍ରଛାତ୍ରୀ ଦେଇଥିଲେ । ତନ୍ମଧ୍ୟରୁ ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ ଠାରେ ୪୧, ପିରିପୁର ସରକାରୀ ବିଦ୍ୟାଳୟ ଠାରେ ୪୮, ସରସଦା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୫୨, ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାପୀଠ ଠାରେ ୫୦ ଓ ବିକେଏମ ଉଚ୍ଚ ବିଦ୍ୟାପୀଠ କୁଲଣା ଠାରେ ୫୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ପ୍ରଧାନଶିକ୍ଷକ ରମାକାନ୍ତ ଲେଙ୍କାଙ୍କ ସମେତ ସୁଜାତା ମଳିକ, ଗଦାଧର ଜେନା, ବିଶ୍ୱଜିତ ଗିରି ଓ ପବିତ୍ର ମୋହନ ବାରିକ ପରୀକ୍ଷା କେନ୍ଦ୍ର ଗୁଡିକ ପରିଚାଳନା କରିଥିଲେ । ସେହିଭଳି ଶିକ୍ଷା ସଂଯୋଜକ କୈଳାସ ଚନ୍ଦ୍ର ସାମଲ , ଉମାକାନ୍ତ ସାହୁ, ପୁଷ୍ପକ ଚନ୍ଦ୍ର ଭାରତୀ, ଝୁନୁରାଣୀ ସ୍ୱାଇଁ, ରଞ୍ଜନ କୁମାର ମହାନ୍ତି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବାବେଳେ ବିଇଓ ଦୀପକ କୁମାର ପାଢୀ ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ ତୁଲାଇଥିଲେ । ସେହିଭଳି ଏବିଓ ପରୁଷୋତ୍ତମ ଧଳ ଓ ସିଆରସିସି ଅକ୍ଷକ କୁମାର ଜେନା ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ ।


