ଗ୍ରାମୀଣ କୌଶଲ୍ୟ ଯୋଜନା ଚୟନ ଓ ପରାମର୍ଶ ଶିବିର

ବୁଗୁଡା (ଅନିଲ ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତ ସଭା ଗୃହରେ ସେପ୍ଟେମ୍ବର ୧୭ ତାରିଖ ଦିନ, ଦିନ୍ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅନ୍ତର୍ଗତ ପଞ୍ଚାୟତ ସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଜନାର ନୋଡାଲ ଅଫିସର ମନୋଜ କୁମାର ସାହୁ, ପଞ୍ଚାୟତ ସମିତି ବିପିଏମ ଗଙ୍ଗାଧର ମିଶ୍ର, ମାଣିତରା ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ, ଗୋଳାବନ୍ଧ ସରପଞ୍ଚ ବସନ୍ତ କୁମାର ସାମଲ, ମାଣିତରା ପିଇଓ ପ୍ରଶାନ୍ତ କୁମାର ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଅନୁଷ୍ଠିତ ଶିବିରରେ ମାଣିତରା, ଶଙ୍କୁରୁ ଓ ଗୋଲାବନ୍ଧ ପଞ୍ଚାୟତର ୪୦ ଜଣ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିଲେ। ଏହି ଶିବିରରେ ଭୁବନେଶ୍ୱର ଏନ.ଆଇ.ଏ.ଏମ. କମ୍ପାନୀ ପକ୍ଷରୁ ଦେବେନ୍ଦ୍ର ବେହେରା, ବ୍ରହ୍ମପୁର ଶାହି ଏକ୍ସପାର୍ଟ ପ୍ରାଇଭେଟ ଲିମିଟେଡ଼ ର ବିଜୟା କୁମାରୀ ବେହେରା, ଓ ଭୁବନେଶ୍ୱର ସେଫ ଡୁକେଟ କମ୍ପାନୀ ର କେଶବ କୁମାର ଯୋଗ ଦେଇଥିଲେ। ଏହି ୩ ଗୋଟି କମ୍ପାନୀ ପ୍ରତିନିଧିମାନେ ୨୯ ଜନଙ୍କୁ ଚୟନ କରିଥିବା ଜଣା ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ