ଗ୍ରାମୀଣ କୌଶଲ୍ୟ ଯୋଜନା ଚୟନ ଓ ପରାମର୍ଶ ଶିବିର

ପୋଲସରା, (ଅନିଲ ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମ ପଞ୍ଚାୟତ ସଭା ଗୃହରେ ସେପ୍ଟେମ୍ବର ୩୦ ତାରିଖ ଦିନ, ଦିନ୍ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅନ୍ତର୍ଗତ ପଞ୍ଚାୟତ ସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ଉଦଘାଟନ କରିଥିବା ବେଳେ ବ୍ଲକ ବିପିଏମ ସଞ୍ଜୁ ସାହୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଏବିଡ଼ିଓ ଧର୍ମରାଜ ପରିଡା, ମଧୁପଲ୍ଲୀ ସରପଞ୍ଚଙ୍କ ପ୍ରତିନିଧି ବସନ୍ତ କରଣ, ପଞ୍ଚାୟତ ପିଇଓ ସଞ୍ଜୟ ନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି ଶିବିରରେ ମଧୁପଲ୍ଲୀ, ବୁଡ଼େଇଶୁଣି, ନିମିନା ଓ ବେଲଗାଁ ପଞ୍ଚାୟତର ୭୯ ଜଣ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରି ଶିବିରରେ ଯୋଗ ଦେଇଥିଲେ। ବ୍ରହ୍ମପୁର ଶାହି ଏକ୍ସପାର୍ଟ ପ୍ରାଇଭେଟ ଲିମିଟେଡ଼, ଜେଆରଜି ଓ ବ୍ଲାକ ପାର୍ଟେନର ତିନିଟି କଂପାନୀ ଯୋଗ ଦେଇଥିଲେ। ଏହି ୩ ଗୋଟି କମ୍ପାନୀ ପ୍ରତିନିଧିମାନେ ୪୮ ଜନଙ୍କୁ ଚୟନ କରିଥିବା ଜଣା ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ