ଗ୍ରାମ୍ଯ ଜଳ ଓ ପରିମଳ କମିଟି କର୍ମଶାଳା ଅନୁଷ୍ଠିତ

କୁଚିଣ୍ଡା, (ରିଙ୍କୁ):ଗୋଷ୍ଠି ପରିଚାଳିତ ଜଳ ଜୀବନ ମିଶନ ଏବଂ ସ୍ୱଚ୍ଛ ଭାରତ ମିଶନ(ଗ୍ରାମୀଣ) ଯୋଜନା ଆନୁକୂଲ୍ୟରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଶନିବାର ଏକଦିବସୀୟ ଗ୍ରାମ୍ଯ ଜଳ ପରିମଳ ତଦାରଖ କମିଟି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଗ୍ରାମ୍ଯ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଏଥିରେ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ।ସେ କର୍ମଶାଳାରେ ଅଧ୍ୟକ୍ଷତାକରି କହିଥିଲେ ଯେ, ପ୍ରତ୍ୟେକ ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଉନ୍ନତ ପରିମଳ ସୁବିଧା ଯୋଗାଇଦେବା ନିମନ୍ତେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ।ତେଣୁ ଗାଁରେ ଥିବା ପାନୀୟ ଜଳ ଓ ପରିମଳ ପରିଚାଳନା ପାଇଁ ଗ୍ରାମ୍ଯ ଜଳ ଓ ପରିମଳ ତଦାରଖ କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।ତେଣୁ ଗାଁକୁ ସଶକ୍ତ ଗ୍ରାମରେ ପରିଣତ କରି ସ୍ୱଚ୍ଛ ରଖିବାକୁ ଆହ୍ୱାନ ଦେଇଥିଲେ।ମାଷ୍ଟର ଟ୍ରେନର ଗଣେଷ ରାମ ପଣ୍ଡା କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମ୍ଯ ଜଳ ଓ ପରିମଳ କମିଟି ଗଠନ,ଏହାର ପରିଚାଳନା ଓ ପ୍ରକଳ୍ପର ରକ୍ଷଣାବେକ୍ଷଣ,ବିବାଦ ସମାଧାନ,ଜଳର ଗୁଣବତ୍ତା ତଦାରଖ,ମାସିକ ଜଳଯୋଗାଣ ଦେୟ,ସରକାରୀ ସମ୍ପତ୍ତିର ସୁରକ୍ଷା ଆଦି ବିଷୟରେ ସବିଶେଷ ଆଲୋକପାତ କରିଥିଲେ।ଏହାଛଡା ପଞ୍ଚାୟତର ନିର୍ବାଚିତ ସରପଞ୍ଚଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ସହଭାଗିତା ତଥା ସେମାନଙ୍କ ପ୍ରତ୍ୟକ୍ଷ ସହଯୋଗ ଯୋଜନାକୁ ସଫଳ ରୂପାୟନରେ ସହାୟକ ହେବ ବୋଲି ସେ କହିଥିଲେ।ଏହି କର୍ମଶାଳାରେ କୁଚିଣ୍ଡା ବିଡିଓ ଜୟନ୍ତ ସାହୁ,ଅତିରିକ୍ତ ବିଡିଓ ସହଦେବ ନନ୍ଦ,ଜିପିଡିଓ ମସ୍ତରାମ ପ୍ରଧାନଙ୍କ ସମେତ ବ୍ଲକର ୧୭ଗୋଟି ପଞ୍ଚାୟତର ସରପଞ୍ଚ,ପିଇଓ ଏବଂ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ