ଗ୍ରାମ୍ୟବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । କତୃପକ୍ଷ ଆପୋଷ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ପ୍ରତଶୃତି ପରେ ଏହାକୁ ସ୍ଥଗିତ ରଖାଯାଇଥିବା ବୋଲି କୁହାଯାଇଛି । ପ୍ରକାଶ ଥାଉକି, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧକ୍ଷ, “ମୋହନ ଏମ’ ଓ ଜେନେରାଲ ମ୍ୟାନେଜର “ଜଗନ୍ନାଥ ପ୍ରସାଦ ନାୟକ’ ମନମୁଖୀ କାର୍ଯ୍ୟକୁ ବିରୋଧ କରି “ଆସୋସିଏସନ ଅଫ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ’ ପକ୍ଷରୁ ୩ଦଫା ଦାବି ନେଇ ଗତ ୨୭ତାରିଖରେ ଗ୍ରାମ୍ୟବ୍ୟାଙ୍କ ମୁଖ୍ୟ କାର୍ଯ୍ୟଳୟ ସମ୍ମୁଖରେ ୫୦୦ରୁ ଉର୍ଦ୍ଧ କର୍ମଚାରୀଙ୍କୁ ସାମିଲ କରି ଧାରଣା ଦିଆଯାଇଥିଲା । ପୁଣି ୧୧ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିଲା । ତେବେ ଆନ୍ଦୋଳନ ସମ୍ପର୍କରେ କର୍ମଚାରୀମାନେ ଭାରତ ସରକାରଙ୍କ ନାବାର୍ଡ କତୃପକ୍ଷ, ଅର୍ଥ ବିଭାଗ, ଶ୍ରମ ବିଭାଗ, ଇଣ୍ଡିଆନ୍ ଓଭେରସିଜ୍ ବ୍ୟାଙ୍କର ଅଧ୍ୟକ୍ଷଙ୍କୁ ଜଣାଇଦିଆଯିବା ସହ ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷଙ୍କ ଜୁଲମ ସମ୍ପର୍କରେ ଜଣାଯାଇଥିଲା । ଏନେଇ ଲେବର କମିସନର ବୁଝାବଣା ପାଇଁ ଉଭୟ ପକ୍ଷଙ୍କୁ ନୋଟିସ୍ ଦେଇଥିଲେ । ଏହାପରେ ଗ୍ରାମ୍ୟ ବ୍ୟାଙ୍କର ୩ଜଣ ଜେନେରାଲ ମ୍ୟାନେଜର ଓ ଆସୋସିଏସନ୍‌ର କର୍ମକର୍ତାଙ୍କ ଆପୋଷ ଆଲୋଚନା ହୋଇଥିଲା । ସେମାନେ କର୍ମଚାରୀଙ୍କ ସ୍ୱର୍ଥ ପୁରଣପାଇଁ ଆଶ୍ୱାସନା ଦେଇଥିବା ନେଇ ଲେବର କମିସନରଙ୍କୁ ଜଣାଯାଇଥିଲା । ଏଣୁ ପ୍ରତିଶୃତି ପାଇ ଆସନ୍ତା ଧର୍ମଘଟକୁ ସ୍ଥଗିତ ରଖାଯାଇଛି ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଛି । ଆସୋସିଏସନ୍‌ର ସଭାପତି ଅସିତ କୁମାର ଖଣ୍ଡାଇ ଓ ସାଧାରଣ ସମ୍ପାଦକ ସତ୍ୟ କୁମାର ନନ୍ଦ ସଂଘର ସମସ୍ତ କର୍ମକର୍ତା ଏହି ସହଯୋଗ ପାଇଁ ଓଜିବିଇଏର ସଭାପତି ଆଶୁତୋଷ ସାମଲ, ସମ୍ପାଦକ ଅରୂପ ମହାନ୍ତି, ଆର୍‌ଆର୍‌ବି ୟୁନିୟନର କର୍ମକର୍ତା ବେଫିର ନେତୃବର୍ଗ, ସଂଘର ପୂର୍ବତନ ସମ୍ପାଦକ ପ୍ରଫୁଲ୍ଲ ଭଞ୍ଜ, କେନ୍ଦ୍ରୀୟ କମିଟି ସଭ୍ୟ ମହେଶ୍ୱର ମହାରଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ