ଗ୍ରାମ୍ୟ ଉନ୍ନୟନ ଉପବିଭାଜନ ହାଟଡିହି ପକ୍ଷରୁ ପଥପ୍ରାନ୍ତ ସମାବେଶ ଅନୁଷ୍ଠିତ

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ଗ୍ରାମ୍ୟ ଉନ୍ନୟନ ଉପବିଭାଜନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ରୂପାୟିତ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଲକ୍ଷ୍ୟ ସାଧନ ଓ ସଫଳତା ସମ୍ପର୍କିତ ସଚେତନତା ସମାରୋହ ଅନୁଷ୍ଠିତ ହୋଇଯାଇଛି l ଅସିଆ ଠାରେ ଅନୁଷ୍ଠିତ ଏହି ସମାରୋହରେ ସହକାରୀ ନିର୍ବାହୀ ଯନ୍ତ୍ରୀ କରୁଣାକର ନନ୍ଦ, କନିଷ୍ଠ ଯନ୍ତ୍ରୀ କ୍ଷୀରୋଦ କୁମାର ବେହେରା, ସରକାରୀ ପ୍ରତିନିଧି ଭାବେ ରଜତ କୁମାର ସେଠୀ ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ହାଟଡିହି ଠାରୁ ରଗୁଡ଼ି ସାହି ଭାୟା ଗୋବିନ୍ଦପୁରା, ଅସିଆ (OR -୧୭-୬୪୨ ) କାର୍ଯ୍ୟକୃତ ହୋଇଥିବା ଏହି ରାସ୍ତାର ସଫଳ ରୂପାୟନ କ୍ଷେତ୍ରରେ ମତ ପ୍ରକାଶ କରିବା ସହ ହାଟଡିହି ବ୍ଲକ୍ ର ମୋଟ ୨୨୩ ଟି ରାଜସ୍ବ ଗ୍ରାମ ମଧ୍ୟରୁ ୨୫୦ ରୁ ଉର୍ଦ୍ଧ ଲୋକ ସଂଖ୍ୟା ବିଶିଷ୍ଟ ୧୧୩ ଟି ଗ୍ରାମକୁ ଅଦ୍ୟାବଧି ଏହି ଯୋଜନାରେ ସବୁଦିନିଆ ରାସ୍ତା ସଂଯୋଗୀ କରଣ କରାଯାଇଛି l ସଂଯୋଗୀ କୃତ ରାସ୍ତାର ମୋଟ ଦୈର୍ଘ୍ୟ ୧୯୧ କିମି l ସେଥିମଧ୍ୟରୁ କିଛି ରାସ୍ତାର ପ୍ରସସ୍ତି କରଣ କରାଯାଇଛି ଏବଂ ଆଗକୁ ୧୦୦ ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ଗୁଡ଼ିକୁ ସଂଯୋଗିକରଣ ସହ କେତେକ ଗୁରୁତ୍ୱ ପୂର୍ଣ୍ଣ ରାସ୍ତାକୁ ପ୍ରସସ୍ତି କରଣ କରିବା ଲକ୍ଷ୍ୟ ମଧ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଛି ବୋଲି ଉଦବୋଧନ ଦେଇଥିଲେ l ଗ୍ରାମ ବାସୀ ମାନେ ଏହି ରାସ୍ତା ଦ୍ଵାରା କେତେ ଉପକୃତ ହେଉଛନ୍ତି ସେନେଇ ନିଜ ନିଜର ମତ ରଖିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ