ଗ୍ରାମ୍ୟ ପୁନଃ ନିର୍ମାଣ ସଂସ୍ଥାର ସୁବର୍ଣ୍ଣ ଜୟନ୍ତୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ରାଜ୍ୟର ପ୍ରତିଷ୍ଠିତ ତଥା ପୁରାତନ ସାମାଜିକ ସଂଗଠନ ଗ୍ରାମ୍ୟ ପୁନଃ ନିର୍ମାଣ ସଂସ୍ଥା(ଭିଆରଓ)ର ସୁବର୍ଣ୍ଣ ଜୟନ୍ତୀ ଏବଂ ପ୍ରତିଷ୍ଠାତା ପ୍ରଫେସର ଏମ୍.ଏ. ଉଇଣ୍ଡେଙ୍କ ଜନ୍ମ ଶତବାର୍ଷିକୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ଉଦୟନାଥ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବଡ଼ଚଣା ବିଧାୟକ ଅମରପ୍ରସାଦ ଶତପଥି ମୁଖ୍ୟ ଅତିଥି, ପ୍ରଫେସର ଏସ୍ପି ଦାସ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ରାଜଶ୍ରୀ ସାହିତ୍ୟ ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ପରିବେଶବିତ କାଶୀନାଥ ରାଉତରାୟ, ସମ୍ପାଦକ ହେମନ୍ତ ଜେନା, ବରିଷ୍ଠ ସାମ୍ବାଦିକ ଭକ୍ତଚରଣ ସାହୁ, ଶିକ୍ଷାବିତ କେଦାରନାଥ ଦାସ, ସମାଜସେବୀ ଗଣେଶ୍ୱର ବରାଳ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକୁ ଭୂୟସୀ ପ୍ରସଂଶା କରିଥିଲେ । କାର୍ଯ୍ୟକ୍ରମରେ ନବକିଶୋର ମିଶ୍ର ଅତିଥି ପରିଚୟ, ଅନୁଷ୍ଠାନର ସମ୍ପାଦକ ଏନ୍ଆର ଦାସ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଯୁକ୍ତା ଜେନା, ପ୍ରମିଳା ନାୟକ, ଜୟଶ୍ରୀ ମହାନ୍ତି, ଅଙ୍ଗୁରବାଳା ମହାନ୍ତି ଓ ବନ୍ଦନା ବେହେରା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।


