ଗ୍ରାମ୍ୟ ବିବାଦର ସମାଧାନ ପାଇଁ ବିଧାୟକଙ୍କ ଉଦ୍ୟମ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା  ଥାନା ଅନ୍ତର୍ଗତ ଦୁଇ ଗ୍ରାମ ଗୋଳାବନ୍ଧ ଓ ଚିଲିଖମା ମଧ୍ୟରେ ଜଳ ସେଚନ କୁ ନେଇ ବିବାଦ ଉଗ୍ରରୂପ ନେଇ ମାମଲା ରୁଜୁ ହୋଇ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ଗଠନ ହୋଇଥିଲେ ମଧ୍ୟ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ମଙ୍ଗଳବାର ଦିନ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଥାନା ସେକଣ୍ଡ ଅଫିସର ମନୋଜ କୁମାର ପ୍ରଧାନ ଦୁଇ ଗ୍ରାମର ଜନସାଧାରଣଙ୍କ ସହ ପୃଥକ ଭାବେ ଆଲୋଚନା କରି ଫେରିଛନ୍ତି। ଚିଲିଖମା ଗ୍ରାମର କାଳୀ ମନ୍ଦିର ପରିସରରେ ଚିଲିଖମା ଗ୍ରାମବାସୀ ଓ ଗୋଳାବନ୍ଧ ଶିବ ମନ୍ଦିର ପରିସରରେ ଗୋଳାବନ୍ଧ ଗ୍ରାମବାସୀଙ୍କ ସହ ପୃଥକ ଭାବେ ବିଧାୟକ ଶ୍ରୀ ସାହୁ ଆଲୋଚନା କରିଥିଲେ। ଉଭୟ ଗ୍ରାମର ପାଞ୍ଚ ଜଣ ଲେଖାଁଏ ଭଦ୍ରବ୍ୟକ୍ତିଙ୍କୁ ଗ୍ରାମବାସୀମାନେ ମନୋନୀତ କରିବା ପାଇଁ ପ୍ରସ୍ତାବ  ଦେବାସହ ଆସନ୍ତା ପାଞ୍ଚ ଦିନ ମଧ୍ୟରେ କ୍ଷୁଦ୍ର ଜଳସେଚନ ବିଭାଗର ଇଂଜିନିୟର ବୃନ୍ଦ ଓ ଦୁଇ ଗ୍ରାମର ଦଶ ଜଣଙ୍କୁ ନେଇ ଆଲୋଚନା ହୋଇ ନିୟମ ଅନୁସାରେ ଜଳ ବଣ୍ଟନ କରାଯାଇ ସମାଧାନ କରାଯିବାକୁ ବିଧାୟକ ଶ୍ରୀ ସାହୁ ପ୍ରସ୍ତାବ ଦେବା ସହ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ