ଗ୍ରାମ୍ୟ ରାଜମିସ୍ତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ଯୋଗ ଦେଲେ ୩୦ ପ୍ରଶିକ୍ଷାର୍ଥୀ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ବୁଧବାର ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ପରିସରରେ ଗ୍ରାମ ତରଙ୍ଗ ଏମ୍‌ପ୍ଲେବିଲିଟ୍ ଟ୍ରେନିଂ ସର୍ଭିସେସ୍ ଆନୁକୂଲ୍ୟରେ ଗ୍ରାମ୍ୟ ରାଜମିସ୍ତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତରଙ୍ଗର ଆଞ୍ଚଳିକ ପରିଚାଳକ ଧ୍ରୁବ ଚରଣ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ମୁଖ୍ୟ ବକ୍ତା ଭାବେ ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଅଶୋକ କୁମାର ମହାନ୍ତି, ସ୍କିଲ୍ ଡେଭ୍‌ଲପ୍‌ମେଣ୍ଟ କୋଅଡିନେଟର ସ୍ମିତା ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ଅନ୍ନପୂର୍ଣ୍ଣା ସାହୁ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ୩୦ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ସଠିକ୍ ଭାବେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଗୃହ ନିର୍ମାଣ ହୋଇପାରିବ ଏବଂ ଗୃହ ନିର୍ମାଣ କ୍ଷେତ୍ରରେ ଆବଶ୍ୟକ ଜ୍ଞାନକୌଶଳ ସଂପର୍କରେ ସୂଚନା ଦିଆଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମ ୪୫ ଦିନ ଧରି ଚାଲିବ । ପ୍ରଶିକ୍ଷକ ଭାବେ ଇଂ.ସରୋଜ କୁମାର ବିଶ୍ୱାଳ, ଅଜୟ କୁମାର ବେହେରା ଯୋଗ ଦେଇଥିଲେ । ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ କିଟ୍ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ