ଗ୍ରାମ୍ୟ ରାସ୍ତାରୁ ଅଜଗର ସାପ ଉଦ୍ଧାର
ପାତ୍ରପୁର,(ୱାଇଏନଏସ): ଦିଗପହଣ୍ଡି ବ୍ଲକ ଭ୍ରମର ପୁର ପଞ୍ଚାୟତ ସମାସିଙ୍ଗି ଶାସନ ରାସ୍ତା ରୁ ରାତ୍ର ସାଢେ଼ ନଅ ଘଣ୍ଟା ବେଳେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଗ୍ରାମର ଦୁଇଜଣ ବ୍ୟକ୍ତି ନାଳ ରାସ୍ତାରେ ଆସୁଥିବା ବେଳେ ଏକ ବିରାଟ କାୟ ଅଜଗର ରାସ୍ତା ଉପରେ ଶୋଇ ରହିଥିଲା।ଏହାଦେଖି ଗ୍ରାମରେ ଜଣାଇବା ପରେ ଗ୍ରାମର କିଛି ଯୁବକ ଆସି ସାପଟିକୁ ଧରି ଥିଲେ। ଏହା ପରେ ସାପଟିକୁ ଏକ ଅଖା ମଧ୍ୟରେ ପୁରାଇ ନଦୀ ପାର୍ଶ୍ଵ ରେ ଛାଡ଼ି ଦେଇ ଥିଲେ।ସାପଟିର ଲମ୍ବ ପ୍ରାୟ ଚଉଦ ଫୁଟ ହେବ। ଗତ ଅଗଷ୍ଟ ୨୬ ତାରିଖର ଗ୍ରାମ ନିକଟ ରେ ଏହି ପରି ଗୋଟିଏ ଅଜଗର ଉଦ୍ଧାର କରି ନିକଟ ପାହାଡ଼ରେ ଛାଡ଼ି ଥିବା ବେଳେ ଆଜି ବାହୁଦା ନଦୀରେ ବଢ଼ି ପାଣି ଥିବା ଯୋଗୁଁ ନଦୀ ପାର୍ଶ୍ବରେ ଛାଡି ଥିଲେ। ସମାସିଙ୍ଗି ଗ୍ରାମର ବହୁ ଯୁବକ ବିଭିନ୍ନ ସାପ ଧରି ଛାଡୁଥିବା ବେଳେ ଏହି ପ୍ରଥା ଦୀର୍ଘ ବର୍ଷ ଧରି ଚାଲୁ ରହିଛି।