ଗ୍ରାମ୍ୟ ରାସ୍ତାରେ ଆଣ୍ଠୁଏ ପାଣି
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମର ମୁଖ୍ୟ ରାସ୍ତା କଲେଜରୋଡ ସାହୁ ସାହି ନିକଟରେ ବର୍ଷା କିମ୍ବା ଖରା ଦିନେ ଆଣ୍ଠୁଏ ପାଣି ଦେଖିବାକୁ ମିଳିଛି । ଉକ୍ତ ପାଣିରେ ସ୍କୁଲ, କଲେଜର ପିଲାଙ୍କ ସମେତ ନାୟକ ସାହି, ସାହୁ ସାହି, ଶାସନ, ଜେନା ସାହିର ଶହ ଶହ ଲୋକ ଯିବା ଆସିବା କରୁଛନ୍ତି । ଏହା ଗ୍ରାମର ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହା ଖାଲଖମାରେ ପରିଣତ ହୋଇଛି । ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ଗ୍ରାମ୍ୟ ରାସ୍ତାକୁ ମରାମତି କରିବା ସହିତ ଡ୍ରେନେଜ୍ ବ୍ୟବସ୍ଥା କରାନଗଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକେ ନିର୍ବାଚନ ବର୍ଜ୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।