ଗ୍ରାମ୍ୟ ରାସ୍ତା ନିର୍ମାଣ ଦାବି ନେଇ ରାସ୍ତା ରୋକ୍

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଶୁକ୍ରବାର ପୂର୍ବାହ୍ନରେ କୋଣାର୍କ-ଭୁବନେଶ୍ବର ମୁଖ୍ୟ ରାସ୍ତା ବନାଖଣ୍ଡି ଛକ ଉପରେ ଶତାଧିକ ଗ୍ରାମବାସୀ ଙ୍କ ଦ୍ଵାରା ଅବରୋଧ ହୋଇଛି।ଦୀର୍ଘ ୪୦ ବର୍ଷ ପରେ ବି ବନାଖଣ୍ଡି ପଂଚାୟତ ଯନ୍ତାନ ବାଲିସାହି ଗ୍ରାମକୁ ରାସ୍ତା ନହେବା ଓ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବି ନେଇ ବନାଖଣ୍ଡି ପଂଚାୟତ ସରପଞ୍ଚ ପ୍ରଜ୍ଞା ପରମିତା ନାୟକ ଶତାଧିକ ଗ୍ରାମବାସୀଙ୍କୁ ନେଇ ଧାରଣାରେ ବସିଥିଲେ। ଆନ୍ଦୋଳନ କୁ ସମର୍ଥନ ଜଣାଇ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱଭୂଷଣ ଦାସ ଓ ଗୋପବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ ଆନ୍ଦୋଳନ ରେ ଗ୍ରାମବାସୀ ଙ୍କ ସହିତ ବସିଥିଲେ।ଫଳରେ ଦୀର୍ଘ ସମୟଧରି ଉଭୟ ପାର୍ଶ୍ଵରେ ଶତାଧିକ ପର୍ଯ୍ୟଟକ ବସ ସମେତ ସ୍ଥାନୀୟ ଯାତ୍ରୀବସ ମୁଖ୍ୟ ରାସ୍ତା ଉପରେ ଏହି ଯାନବାହନ ଗୁଡିକ ଅଟକି ରହିଥିଲା। ବିଭିନ୍ନ ରାଜ୍ୟରୁ ଆସିଥିବା ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପ୍ରଥମେ କୋଣାର୍କ ଓ ରାମଚଣ୍ଡୀ ପୁଲିସ ସହିତ ଗୋପ ଅତିରିକ୍ତ ତହସିଲଦାର ସୌମେନ୍ଦ୍ର ତେଜ ପହଂଚି ଧାରଣରତ ଗ୍ରାମବାସୀ ଙ୍କୁ ବୁଝାଇ ଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା। ଶେଷରେ ପୋଲିସି ଗ୍ରାମବାସୀ ଙ୍କ ଦାବି କୁ ମାନି ଡ୍ରୋଜର ଓ ଟ୍ରାକ୍ଟର ନେଇ ରାସ୍ତା କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ଅପର ଗୋଷ୍ଠି କାର୍ଯ୍ୟକୁ ବିରୋଧ କରି ଅଟକାଇଥିଲେ ।ଫଳରେ ପୋଲିସି ବାଧ୍ୟ ହୋଇ ଘଟଣାସ୍ଥଳ ରୁ ଫେରି ଆସିଥିଲେ । ପରିସ୍ଥିତି ଅଣଆୟତ ହେବାରୁ ଶେଷରେ ଗୋପ ବ୍ଲକ ଅତିରିକ୍ତ ବିଡ଼ିଓ ଦୀପକ କୁମାର ଜେନା ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀ ଙ୍କୁ ବୁଝାଇ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତିଶୃତି ଦେଇଛନ୍ତି ଆଗାମୀ ରବିବାର କୋଣାର୍କ ଯାତ୍ରୀନିବାସ ରେ ଉଭୟ ପକ୍ଷଙ୍କୁ ନେଇ ଏକ ବୈଠକ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିବା ପରେ ଓ ସରପଞ୍ଚ ନିଜେ ଗୃହମନ୍ତ୍ରୀ ମନ୍ତ୍ରୀ ଙ୍କ ସହିତ ଫୋନ ରେ ଆଲୋଚନା କରିବାପରେ ମନ୍ତ୍ରୀ ଶ୍ରୀ ବେହେରା ଙ୍କ ପ୍ରତିଶୃତି ଅନୁଯାୟୀ ଧାରଣରତ ଗ୍ରାମବାସୀ ମାନେ ସରପଞ୍ଚ ଙ୍କ ଅନୁରୋଧ କ୍ରମେ ଦୀର୍ଘ ୩ ଘଣ୍ଟା ପରେ ନ୍ଦୋଳନରୁ ଓହରି ଥିଲେ ।ସୂଚନା ଥାଉକି କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ତି ପଞ୍ଚାୟତର ଜନ୍ତନା ସାମିଲ ବାଲିସାହି ଗ୍ରାମକୁ ରାସ୍ତା ନିର୍ମାଣ ନିମନ୍ତେ ପ୍ରଶାସନିକ କାର୍ଯ୍ୟନିର୍ଦେଶ ମିଳିଥିଲେ ମଧ୍ୟ ରାଜନୈତିକ ଓ ପ୍ରଶାସନିକ ପାତରଅନ୍ତର ନୀତି ଓ ସ୍ଥାନୀୟ ଶାସକ ରାଜନୈତିକ ଦୁଇ ଗୋଷ୍ଠି ମଧ୍ୟରେ ଛକାପଞ୍ଝା କୁ ନେଇ ଏହି ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ହୋଇଛି। ବନାଖଣ୍ତି ପଞ୍ଚାୟତର ଜନ୍ତନା ବାଲିସାହି ଗ୍ରାମରେ ୧୫ରୁ ଉର୍ଦ୍ଧ୍ବ ପରିବାର ଏଠାରେ ବସବାସ କରୁଥିବା ବେଳେ ଏପର୍ଯ୍ୟନ୍ତ ପ୍ରସାଶନ ପକ୍ଷରୁ ଯାତାୟତ ନିମନ୍ତେ କୌଣସି ରାସ୍ତା ନିର୍ମାଣ ହୋଇପାରୁନଥିବାରୁ ଦୀର୍ଘ ଦିନ ହେବ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଏହି ପରିବାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ