ଗ୍ରାମ୍ୟ ରାସ୍ତା ମରାମତି କଲେ ଯୁବକ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ତରଡିପାଳ-ବଗଦା ଶାସନ ରାସ୍ତାର ଭାୟା ତାରିଣୀ ଛକ ଠାରୁ କନ୍ତିଆ ଶାସନ ପୋଖରୀ ଛକ ପର୍ଯ୍ୟନ୍ତ କିଛି ବର୍ଷ ପୂର୍ବରୁ ତିଆରି ହୋଇଥିବା କଂକ୍ରିଟ ରାସ୍ତା ଫାଟି ଆଁ କରିବା ସହ ରାସ୍ତା ମଝି ଅଂଶ ବଡ ବଡ ଗର୍ତ୍ତ ମାନ ସୃଷ୍ଟି ହୋଇ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳିଛି । ଅନେକ ସମୟ ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଗ୍ରାମର କିଛି ଯୁବକଙ୍କ ମିଳିତ ଉଦ୍ୟମରେ ଟେମ୍ପୁ ସହାୟତାରେ ମୋରମ ବସ୍ତା ଆଣି ଉକ୍ତ ରାସ୍ତାର ଖାଲଖମାକୁ ପୋତା ଯାଉଥିବା ଦେଖାଯାଇଛି । ଉକ୍ତ କାର୍ଯ୍ୟରେ କୁନିଆଁ ମୁଣ୍ଡା, ସୁନିଆଁ ମୁଣ୍ଡା, ପିଣ୍ଟୁ ପଣ୍ଡା, ରଘୁନାଥ ମିଶ୍ର ସାମିଲ ଥିଲେ । ଦୀର୍ଘ ଦିନ ହେବ ପ୍ରଶାସନର ଅବହେଳା କରୁଥିବାରୁ ଗ୍ରାମ କିଛି ଯୁବକ ଏହାକୁ କରି ଦେଖାଇଥିଲେ । ଯୁବକ ମାନଙ୍କର ଏହି କାର୍ଯ୍ୟକୁ ଗ୍ରାମବାସୀ ମାନେ ପ୍ରଶଂସା କରିଛନ୍ତି । ଜିଲା ପ୍ରଶାସନ ଏହି ରାସ୍ତାର ଦୁରବସ୍ଥା ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ