ଗ୍ରାମ୍ୟ ସଡକ ଯୋଜନାରେ ଅନିୟମିତତା ଅଭିଯୋଗ
ବେଲଗୁଣ୍ଠା , ( ଯୁଗାବ୍ଦ ନ୍ୟୁଜ୍) ଗ୍ରାମାଞ୍ଚଳର ଲୋକ ମାନଙ୍କର ସୁବିଧା ପାଇଁ ସରକାର ପ୍ରତିବର୍ଷ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ବ୍ୟୟ ବରାଦ କରାଯାଉଛି । ଗ୍ରାମାଞ୍ଚଳରେ ବସବାସ କରୁଥିବା ଗ୍ରାମାଞ୍ଚଳର ଯାତାୟତ ପାଇଁ ପାଇଁ ସୁଗମ ହୋଇଥିବା ପାଇଁ ନିର୍ମାଣ ଚାଲିଥିବାବେଳେ ସଂମ୍ପୃକ୍ତ ଠିକାଦାର ନିମ୍ନମାନର କାମ କରି ଲକ୍ଷ ଲକ୍ଷ ହଡପ କରୁଥିବା ଦୁଇ ଗ୍ରାମବାସୀ ତରଫରୁ ବିରୋଦ୍ଧ କରିବା ସହ ରାସ୍ତା କଡରେ ୱାଲକଂକ୍ରିଟ ଦାବି କରିବା ସହ ନିର୍ମାଣାଧିନ କାର୍ଯ୍ୟକୁ ବନ୍ଦ କରିଛନ୍ତି । ଏଭଳି ସଂଗୀନ ଅଭିଯୋଗ ଆସିିଛି ବେଲଗୁଣ୍ଠା ବ୍ଲକର ପୂର୍ତ୍ତବିଭାଗ ଠାରୁ ମାଧବ ବରିଡା ଭାୟା ବେଣାପଲ୍ଲୀ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା । ଗତ ମାର୍ଚ୍ଚ ମାସ ୧୩ ତାରିଖ ଠାରୁ ୨୦୧୮ ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ ରେ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା । ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ଭ ହେବା ସହ ନିମ୍ନ ମାନର କାର୍ଯ୍ୟ ହେବାର ବରପଲ୍ଲୀ , ଜୟନ୍ତିଗଡ ଓ ବେଣାପଲ୍ଲୀ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । କିନ୍ତୁ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରିନଥିବାରୁ ଜୟନ୍ତୀଗଡ ଓ ବେଣାପଲ୍ଲୀ ଗ୍ରାମବାସୀ ମହାନଦୀର ପାଣି ମାଡ ହେଉଥିବାରୁ କଂକ୍ରିଟ ୱାଲ ନିର୍ମାଣ କରିବା ନିମନ୍ତେ ଦାବି କରିବା ସହ ନିର୍ମାଣାଧିନ କାର୍ଯ୍ୟକୁ ବନ୍ଦ କରିଛନ୍ତି ।ଏହା ସହ ଗ୍ରାମବାସୀ ତରଫରୁ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ନିମ୍ନମାନର କାମ ହୋଇଥିବା ଦର୍ଶାଇଛନ୍ତି । ଯଦି ପ୍ରଶାସନ ତରଫରୁ କୈାଣସି ପଦକ୍ଷେପ ଗ୍ରହର କରାନଗଲେ ଆଗାମୀ ଦିନରେ ଦୁଇ ଗ୍ରାମର ଗ୍ରାମବାସୀ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଧାରଣା ଦେବା ସହ ଭିଜିଲାନ୍ସର ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତି ।


