ଗ୍ରାମ ପଂଚାୟତ କର୍ମଚାରୀ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସମାନ କାମକୁ ସମାନ ଦରମା ଓ ସ୍ଥାୟୀ କରିବା ଦାବି ନେଇ ଗୁରୁବାର ଓଡିଶା ଗ୍ରାମ ପଂଚାୟତ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ପ୍ରଦାନ କରାଯାଇଛି । ସ୍ୱଳ୍ପ ଦରମାରେ ନିଜ ପରିବାର ପ୍ରତିପୋଷଣ କରିବାରେ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ସେମାନେ ଏହି ଦାବିପତ୍ର ରେ ଦର୍ଶାଇଛନ୍ତି । ଏଣୁ ସେମାନଙ୍କ ଦରମା ବୃଦ୍ଧି କରିବା ପାଇଁ ସେମାନେ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ଉପଦେଷ୍ଠା ବଂଶୀଧର ବିଶ୍ୱାଳ, ଜିଲ୍ଲା ସଭାପତି ଅରୁପାନନ୍ଦ ଡାକୁଆ, ଜିଲ୍ଲା ସମ୍ପାଦକ ତାରିଣୀ ଚରଣ ଭୂୟାଁ, ଜିଲ୍ଲା ଉପ ସଭାପତି ସନ୍ତୋଷ ଖାଡେଙ୍ଗା, ଜିଲ୍ଲା କୋଷାଧ୍ୟକ୍ଷ ସୁଦର୍ଶନ ଡାକୁଆ ଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ l