ଗ୍ରାମ ଯୁବକଙ୍କ ଦ୍ୱାରା ପୋଖରୀରୁ ଦଳ ନିସ୍କାସନ
ହାଟଡ଼ିହି, (ବିକାଶ କୁମାର ବିଶ୍ୱାଳ):ହାତଡ଼ିହି ବ୍ଲକ ଗେଡମା ପଂଚାୟତର ଜଳସରପୁର ଗ୍ରାମରେ ବନ୍ୟା ଜଳ ଛାଡିଯିବା ପରେ ବାସୁଳିଗଡ଼ିଆ ପୋଖରୀଟି ଦଳରେ ଭରପୁର ହୋଇଯାଇଥିଲା। ଏହା ଦେଖି ଜଳସରପୁର ତଳ ସାହିର ଯୁବ ପିଲା ମାନେ ପୋଖରୀରେ ପଶି ସମୁର୍ଣ ଦଳ ସଫା କରି ପୋଖରୀକୁ ପରିଷ୍କାର ପରିଛର୍ଣ କରିଛନ୍ତି। ଏଥିରେ ଗ୍ରାମର ଯୁବକ ଭବିଷ୍ୟତ ଧଳ,ସନ୍ତୋଷ ସ୍ୱାଇଁ, ଧନ ସ୍ୱାଇଁ, ଜନ ସ୍ୱାଇଁ, ସଞ୍ଜୟ ବିଶ୍ଵାଳ, ସ୍ୱାଧୀନ ନାୟକ, ପ୍ରସନ୍ନ ଜେନା, ନାରାୟଣ ସ୍ୱାଇଁ, ତଥାଗତ ଜେନା, ବିଶ୍ୱଜିତ ନାୟକ ପ୍ରମୁଖ ଏହି ସାମାଜିକ କାର୍ଯ୍ୟରେ ସାମିଲ ହୋଇଥିଲେ।