ଗ୍ରାମ ରୋଜଗାର ସେବିକାଙ୍କ ମନମୁଖୀ କାର୍ଯ୍ୟ କଳାପ ପୁନର୍ବାର ବଦଳି ଦାବିନେଇ ବିଡ଼ିଓ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପାଟପୁର ପଞ୍ଚାୟତର ଗ୍ରାମ ରୋଜଗାର ସେବିକା ସନ୍ଧ୍ୟା ସେଠୀଙ୍କୁ ପୁଣିଥରେ ଅନ୍ୟତ୍ର ବଦଳି ଦାବିନେଇ ମଙ୍ଗଳବାର ଜନ ପ୍ରତିନିଧି ଗ୍ରାମବାସୀ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକଙ୍କ ନିକଟରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି । ଖବର ପ୍ରକାରେ ପାଟପୁର ପଞ୍ଚାୟତରେ ପୂର୍ବରୁ ଗ୍ରାମ ରୋଜଗାର ସେବିକା ଭାବେ ସନ୍ଧ୍ୟା ଦାୟିତ୍ଵ ତୁଲାଇଥିବା ବେଳେ ଗତ ୪ ମାମ ତଳେ ତାଙ୍କୁ ଡେଙ୍ଗାଡି ପଞ୍ଚାୟତକୁ ବଦଳି ହୋଇଥିଲା । ଯେତେବେଳେ ଦାୟିତ୍ୱରେ ରହିଥିଲେ ଜି ଆର ଏସ ଜଣକ ପଞ୍ଚାୟତର କୈାଣସି କଥାକୁ ନ ଶୁଣି ମନୋମୁଖୀ କାର୍ଯ୍ୟ କରିବା ସହ ପଞ୍ଚାୟତ ବାସୀଙ୍କୁ ଦୁର୍ବ୍ୟବହାର କରୁଥିବା ସରପଞ୍ଚ ଙ୍କୁ କଥା ନସୁଣିବା ଅଭିଯୋଗ ହୋଇଛି ପତ୍ରରେ ଦର୍ଶାଯାଇଛି । ଯାହାକି ପଞ୍ଚାୟତ ସମିତି ପକ୍ଷରୁ ଏକ ଚିଠି ମଧ୍ୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ତେବେ ପୁଣି କିଭଳି ଭାବେ ଜି ଆର ଏସ ଜଣକୁ ପାଟପୁର ପଞ୍ଚାୟତକୁ ବଦଳି କରାଗଲା ଯାହାକୁ ନେଇ ବର୍ତ୍ତମାନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଯାହାଫଳରେ ପଞ୍ଚାୟତ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜି ଆର ଏସ ଜଣକ ରାସ୍ତା କାମ, ଗଛ ଲଗାଇ ଅର୍ଥ ଆତ୍ମସାତ କରିଥିବା ମଧ୍ୟ ଗ୍ରାମ। ବାସୀ ଅଭିଯୋଗ କରି ଥିବା ଶୁଣିବାକୁ ମିଳିଛି। ତେବେ ଆଜି ସ୍ଥାନୀୟ ସରପଞ୍ଚ ବିଜୟଲକ୍ଷ୍ମୀ ବରାଡଙ୍କ ନେତୃତ୍ୱରେ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ ସମେତ ସମସ୍ତ ୱାର୍ଡ ମେମ୍ବର ଇନ୍ଦିରା ସାହୁ,ରିତା ବେହେରା, ଅନିତା ନାୟକ, ଭିକାରୀ ସାହୁ, ରଘୁନାଥ ବେହେରା, ଶହେରୁ ଉର୍ଦ୍ଧ୍ବ ଗ୍ରାମବାସୀବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଅନ୍ୟତ୍ର ବଦଳି କରିବା ପାଇଁ ଦର୍ଶାଇଛନ୍ତି । ଏ ନେଇ ସାନଖେମୁଣ୍ଡି ବି ଡି ଓ ଗାୟତ୍ରୀ ଦତ୍ତ ନାୟକ ଙ୍କୁ ପଚାରିବାରୁ ସେ କହିଲେ ସମାସ୍ୟା ଶୀଘ୍ର ସମାଧାନ କରାଯିବ।