ଗ୍ରାମ ସଭାରେ ଯୋଗ ଦେଲେ ତହସିଲଦାର
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ୨୫ ଗୋଟି ପଞ୍ଚାୟତରେ ସରପଞ୍ଚ ମାନଙ୍କ ସଭାପତିତ୍ୱରେ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା, ଗ୍ରାମବାସୀ ମାନେ ଯୋଗ ଦେଇ ଗ୍ରାମ ପଞ୍ଚାୟତର ମନରେଗା ଯୋଜନାରେ ଶ୍ରମିକ ମାନଙ୍କ ବଜେଟ୍, ଅସଂପୂର୍ଣ୍ଣ ପି.ଏମ୍.ଏ.ୱାଇ ସଂପୂର୍ଣ୍ଣ, ସ୍ୱଚ୍ଛତା ଅଭିଯାନ ଏବଂ ଗ୍ରାମ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟର ଖସଡା ପ୍ରସ୍ତୁତ ପାଇଁ ଆଲୋଚନା ହୋଇଥିଲା । ସମସ୍ତ ଗ୍ରାମ ପଞ୍ଚାୟତ ପାଇଁ ନୋଡାଲ ଅଫିସର ଦାୟୀତ୍ୱରେ ଥିବା ପିଇଓ ଓ ଜେଇ ମାନେ ଯୋଗ ଦେଇ ଗ୍ରାମ ସଭା ପରିଚାଳନା କରିଥିଲେ । ତହସିଲଦାର ଇନ୍ଦିରା ସାହୁ ବଡମହିଷଗୋଠ, ବିଟିପୁର, ଗୋପିନାଥପୁର ଓ ଚାରିଗାଁ ଗ୍ରାମ ପଞ୍ଚାୟତର ଗ୍ରାମ ସଭାରେ ଯୋଗ ଦେଇ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମାଣ ହୋଇଥିବା ମିଶନଶକ୍ତି ଗୃହକୁ ଯଥାଶିଘ୍ର କାର୍ଯ୍ୟକ୍ଷମ କରିବା, ବିଦ୍ୟାଳୟ ଗୁଡିକର ଉନ୍ନତିକରଣ ପାଇଁ ସରକାରୀ ଜମି ଯୋଗାଇ ଦେବାକୁ ଗ୍ରାମବାସୀ ସହଯୋଗ କରିବାକୁ କହିଥିଲେ ।


