ଗ୍ରାସୀମ ଇଣ୍ଡୋଷ୍ଟିଜରେ କ୍ଲୋରିନଲିକ ସତର୍କତା ନେଇ କର୍ମଶାଳା

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ ଓ ଗଞ୍ଜାମ ଜିଲ୍ଲାର ମିଳିତ ଆନୁକୂଲ୍ୟରେ କ୍ଲୋରିନଗ୍ୟାସ ଲିକ ସମୟରେ କମ୍ପାନୀ ଭିତରେ ଓ ବାହାରେ କିପରି ପ୍ରସ୍ତୁତି ଓ ସତର୍କତା ଅବଲମ୍ବନ କରାଯିବ ସେନେଇ ଏକ କର୍ମଶାଳା ସହ ମକଡ୍ରିଲ ଅନୁଷ୍ଠିତ, ହୋଇଯାଇଛି lଏହି କର୍ମଶାଳାକୁ ଗ୍ରାସୀମ ଇଣ୍ଡୋଷ୍ଟିଜ ୟୁନିଟ ମୁଖ୍ୟ ଅଜୟ ଗୁପ୍ତା ଉଦଘାଟନ କରିଥିଲେ l ମାନବ ସମ୍ବଳ ମୁଖ୍ୟ ନିରୋଜା ପଟ୍ଟନାୟକ ଓ ସିଏସଆର ମୁଖ୍ୟ ସୁସ୍ମିତା ବେହେରା ଉପସ୍ଥିତ ଥିଲେ lପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଫେକ୍ଟ୍ରି ଓ ବୟଲର ସହକାରୀ ନିର୍ଦେଶକ, ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ, ଜିଲ୍ଲା ପ୍ରଦୂଷଣ ଅଧିକାରୀ, ଜରୁରୀ କାଳୀନ ବିଭାଗ ପକ୍ଷରୁ ଛତ୍ରପୁର ଅଗ୍ନିଶମ ବିଭାଗ, ଏନଡିଆରଏଫ ଟିମ, ବ୍ରହ୍ମପୁର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଟିମ, ଏବଂ ଇଣ୍ଡୋଷ୍ଟିଜ ତରଫରୁ ଗ୍ରାସୀମ ଇଣ୍ଡୋଷ୍ଟିଜ ପକ୍ଷରୁ ସୁରକ୍ଷା ଅଧିକାରୀ ମହେନ୍ଦ୍ର ବିଶ୍ୱାଳ, ପରିବେଶ ଅଧିକାରୀ ସୁଚିସ୍ମିତାପଟ୍ଟନାୟକ,ଇଲେକଟ୍ରିକାଲ ମୁଖ୍ୟ ନିଖିଳ ମାହେଶ୍ୱରୀ , ସିକ୍ୟୁରିଟି ମ୍ୟାନେଜର ଲିପିତ ମହାନ୍ତି ପ୍ରମୁଖ ସମେତ କର୍ମଚାରି ଓ ଗ୍ରାସୀମ ଆଖପାଖରେ ଥିବା କମ୍ପାନୀର ପ୍ରତିନିଧି ଯୋଗଦେଇଥିଲେ l ଗ୍ରାସୀମ ଇଣ୍ଡୋଷ୍ଟିଜ ପରିସରରେ ଏହା ଉପରେ ପ୍ରଦର୍ଶିତ ମକଡ୍ରିଲର ଡେମୋ କୁ ୧୦୪ ରୁ ଉର୍ଦ୍ଧ ଜଣ ଦେଖିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ