ଗ୍ରାସୀମ ଇଣ୍ଡୋଷ୍ଟିଜରେ ଠିକା ଶ୍ରମିକଙ୍କ ୭ ଦଫା ଦାବୀ ନେଇ ୨ ଦିନ ଧରି ଧାରଣା
ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍):ଗଂଜାମ ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ ର ଠିକା ଶ୍ରମିକ ମାନେ ସାତ ଦଫା ଦାବି ନେଇ ଗତକାଲି ଠାରୁ ଧାରଣା ରେ ବସିଛନ୍ତି । ଯାହାକୁ ନେଇ ଅଶାନ୍ତି ଦେଖାଯାଇଛି। ଠିକା ଶ୍ରମିକ ସଂଘ ତରଫରୁ ଲିଖିତ ଭାବେ କମ୍ପାନୀ ଠିକ ଶ୍ରମିକ ମାନଙ୍କୁ ନିଜସ୍ଵ କୋଡ଼ ପ୍ରଦାନ, ଠିକ ସମୟରେ ଦରମା ଦେବା, ବକେୟା ଥିବା ସମସ୍ତ ଦରମା ପୈଠ କରିବା, ସମସ୍ତ ଙ୍କର କେତଗୋରୀ ପରିବର୍ତ୍ତନ କରିବା, ଠିକା ଶ୍ରମିକ ମାନଙ୍କ କଜୁଆଲ ଲେବର ଭାବେ ଗ୍ରହଣ କରିବା, ଦରମା ବୃଦ୍ଧି କରିବା, ଛୁଟି ଦିନ ରବିବାର ରେ ଦରମା ଦେବା ପ୍ରମୂଖ ଦାବି କମ୍ପାନୀ ର ୟୁନିଟ ମୁଖ୍ୟ କୁ ଜଣାଇଥିଲେ । ଏ ଦାବି ନେଇ ବାରମ୍ବାର ଜଣାଇବା ସ୍ଵତେ କୌଣସି ପ୍ରତିକାର ନ ହେବାରୁ ଧାରଣା ଦେଇଥିଲେ ।ଶନିବାର ଘଟଣା ସ୍ଥଳରେ ଗଂଜାମ ତହସିଲଦାର ଅବନୀ କୁମାର ସାହୁ ପହଞ୍ଚି ଆଲୋଚନା କରିବା ସହ ପରେ ତାଙ୍କ ପ୍ରକୋଷ୍ଟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କମ୍ପାନୀ ତରଫରୁ ସମସ୍ତ ଦାବି ପୂରଣ କରାଯିବ ବୋଲି କହିବାରୁ ଆନ୍ଦୋଳନ କାରି ଲିଖିତ ପ୍ରତିଶ୍ରୁତି ମାଗିଥିଲେ । ସୋମବାର ଡିନ ଦିଆଯିବ ବୋଲି କହିବାରୁ ଧାରଣା ପ୍ରତିହାର ହୋଇଥିଲା । ଏଥିରେ ଶ୍ରମଅଧିକାରୀ ଶିବ ନାରାୟଣ ସାହୁ, ଗ୍ରାସୀମ ର ହେଚ.ଆର ମୁଖ୍ୟ କେ .ଜି.ଜ୍ଞାନିରୀବାଲ, ଆଇ.ଆର ମୁଖ୍ୟ ପି.କେ.ଦାଶ, ପୁରୁଷୋତ୍ତମ ଶର୍ମା, ସିଏସ୍ଆର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି, ଗଞ୍ଜାମ ଆଇଆଇସି ଦିଲ୍ଲୀପ କୁମାର ସାହୁ, ଆନ୍ଦୋଳନ କାରୀଙ୍କ ତରଫରୁ ୟୁନିୟନ ର ସଭାପତି ରଞ୍ଜିତ କୁମାର ପ୍ରଧାନ, ଉପଦେଷ୍ଟା ପ୍ରବୀଣ କୁମାର ଦାସ, ସଂପାଦକ ସୁନୀଲ ଦାସ, ଉପସଭାପତି ଜୟ କୁମାର ବାରିକ, ସଭ୍ୟ ସନ୍ତୋଷ କୁମାର ଚୌଧିରି, ଗୋବିନ୍ଦ ରେଡି ପ୍ରମୁଖ ଉପସ୍ଥିତ ଥିଲେ । ସୋମବାର ଦିନ ଲିଖିତ ପ୍ରତିଶ୍ରୁତି ନ ମିଳିଲେ ପୁଣି ଆନ୍ଦୋଳନ ହେବ ବୋଲି ଆଲୋଚନା କାରୀ ଚେତାବନି ଦେଉଛନ୍ତି।


