ଗ୍ରାସୀମ ଇଣ୍ଡୋଷ୍ଟିଜର ଠିକାଶ୍ରମିକଙ୍କ ମୃତ୍ୟୁ ଦେହ ଲର୍ଜରୁ ଉଦ୍ଧାର
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜରେ କାର୍ଯ୍ୟରତ ଜୈନୀକ ଠିକା ଶ୍ରମିକ. ଭାବେ ମୃତଦେହ ସ୍ଥାନୀୟ ଅଞ୍ଚଳର ଏକ ଲର୍ଜରୁ ଠାବ ହୋଇଛି l ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ଓ ଛତ୍ରପୁର ଏସଡିପିଓ ଘଟଣା ସ୍ଥଳରେ ପହଁଞ୍ଚି ଛାନଭିନ ଆରମ୍ଭ କରିଛନ୍ତି l ତ୍ରିବେଣୀ ମଠ ଛକ ଶୁଭମ୍ ଓ ସୌରଭ ରେସିଡେନ୍ସି ପରିସରରେ ରହିଥିବା ଏକ କୋଠରୀ ଭଡାରେ ରହୁଥିଲେ ବିହାର ରାଜ୍ୟର ନୟାଗଞ୍ଜ, ନୟାଗାଁ, ଊର୍ଫ ମହମ୍ମଦପୁର ଅଞ୍ଚଳର ଜ୍ଞାନ ପ୍ରକାଶ, ( ୩୬) l ଯିଏ ଠିକା ଶ୍ରମିକ ଭାବେ ଗ୍ରାସୀମ ଇଣ୍ଡୋଷ୍ଟିଜରେ କାର୍ଯ୍ୟ କରୁଥିଲେ l ଆଜି ପ୍ରାୟ ଅପରାହ୍ନ ତିନିଘଣ୍ଟ ସମୟରେ ତାର ମୃତ୍ ଦେହ ତାର ରୁମରେ ପଡିଥିବା ନେଇ ତାର ଜଣେ ସାଙ୍ଗ ଠିକା ଶ୍ରମିକ ରୂପେ କାର୍ଯ୍ୟକରୁଥିବା କଣ୍ଟାକଟରଙ୍କୁ ଖବର ଦେବା ପରେ ସେ ଗଞ୍ଜାମ ଥାନାକୁ ଖବର ଦେଇଥିଲେ l ପରେ ଆଇଆଇସି ପାତ୍ର ଓ ଏସଡିପିଓ ପହଂଚିବା ସହ ତାଙ୍କ ପରିବାର ସହ ଫୋନ ଯୋଗେ ଯୋଗାଯୋଗ କରିଥିଲେ l ପରିବାର ଲୋକେ ସେମାନେ ନଆସିବା ପର୍ଯ୍ୟନ୍ତ ମୃତ୍ୟୁ ଦେହକୁ ସେଠାରୁ ବାହାର ନକରିବାକୁ କହିଥିବା ଜଣାପଡିଛି l. ଅନ୍ୟପଟେ ବିହାରରୁ ଆସିବାକୁ ତିନିଦିନ. ଲାଗୁଥିବାରୁ ଶବଟି ପୋଚିଯାଇ ଦୁର୍ଗନ୍ଧ ହେବା ଆଖିରେ ରଖି ଆସନ୍ତା କାଲି ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକଟିମ ସମ୍ମୁଖରେ ବାହାର କରାଯିବା ସହ, ତାଙ୍କ ପରିବାର ଲୋକ ଆସିଲେ ଶବବ୍ୟବଛେଦ କରାଯିବା କଥାବାର୍ତା ହେଉଥିବା ସୂଚନା ମିଳିଛି l. ଗତକାଲି ଜ୍ଞାନ ପ୍ରକାଶ ନିକଟ ଗଙ୍ଗାଦେବୀ ମନ୍ଦିରରେ ଯାତ୍ରା ଦେଖିଥିଲେ l ପରେ ଜୈନିକ ସାଙ୍ଗ ତାଙ୍କୁ ରୁମରେ ଆଣିଛାଡିଯାଇଥିଲେ l ଆଜି ଆସି ଦେଖିଲା ବେଳକୁ ନିଜ ରୁମରେ ସୁପ୍ତ ଅବସ୍ଥାରେ ପଡିରହିଥିଲେ ଜ୍ଞାନ ପ୍ରକାଶ l ଏନେଇ ଆଇଆଇସି ସୁମିତ୍ରା ପାତ୍ର କହୁଛନ୍ତି ବ୍ୟବଛେଦ ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ ରହସ୍ୟ ଜଣାପଡିବ l