ଗ୍ରାସୀମ ଇଣ୍ଡୋଷ୍ଟିଜ କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ଦେଲେ ପଞ୍ଚାୟତବାସୀ
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ କର୍ତ୍ତୃପକ୍ଷଙ୍କୁ ସାତଦଫା ଦାବିନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି କାଇଁଚପୁର ପଞ୍ଚାୟତବାସୀଆଜି କାଇଁଛପୁର ସରପଞ୍ଚ ପ୍ରତିନିଧି ଆର.ଭାଗ୍ୟରେଡ୍ଡୀଙ୍କ ନେତୃତ୍ୱରେ କାଇଁଚପୁର ପଞ୍ଚାୟତର ଶତାଧିକ ବାସିନ୍ଦାମାନେଗ୍ରାସୀମ ଇଣ୍ଡୋଷ୍ଟିଜର ୟୁନିଟ ମୁଖ୍ୟ ଦିଗବିଜୟ ପାଣ୍ଡେ ଙ୍କୁ ଭେଟି ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି, ଜଳସ୍ତର ନିମ୍ନଗାମୀ ଓ ଭୂତଳଜଳ ଲୁଣି ଯୋଗୁ ଚାଷୀଙ୍କୁ କ୍ଷୟକ୍ଷତି ପ୍ରଦାନ, ଶିକ୍ଷାନୁଷ୍ଟାନ , ସଂସ୍କୃତି, ମନ୍ଦିରକୁ ଅନୁଦାନ ଦେବା, ମେଧାବୀ ବିଦ୍ୟାର୍ଥିଙ୍କୁ ଉଚ୍ଚଶିକ୍ଷା ପାଇଁ ମାଗଣା ବ୍ୟବସ୍ଥା କରିବା, ଅଞ୍ଚଳର ପ୍ରତ୍ୟେକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପୂର୍ବରୁ ଜନଶୁଣାଣୀ କରାନଗଲେ କମ୍ପାନୀ କର୍ତ୍ତୃପକ୍ଷ ଦାୟୀରହିବା, ଅଞ୍ଚଳରେ ଏକ ବୃଦ୍ଧା ଆଶ୍ରମ ନିର୍ମାଣ କରିବା ନେଇ ଆଲୋଚନା କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହାର ସମାଧନ କରାଯିବ ବୋଲି ୟୁନିଟ ମୁଖ୍ୟ ପ୍ରତିଶ୍ରୁତି ଦେଇଥିଲେ । ଏହି ଆଲୋଚନା ସମୟରେ କମ୍ପାନୀର ଡିଜିଏମ୍ -ରବୀନ୍ଦ୍ର କୁମାର ମହାନ୍ତି, କାଇଞ୍ଚପୁର ପଞ୍ଚାୟତର ସମିତି ସଭ୍ୟ ଜୟକୃଷ୍ଣ ରେଡ୍ଡୀ, ସୋସାଇଟି ସଭାପତି ଅଭିରାମ ରେଡ୍ଡୀ, ପାଣିପାଞ୍ଚାୟତ ସଭାପତି ଆର.ଭୁବୁନି ରେଡ୍ଡୀ, କଲ୍ୟାଣପୁର ଗ୍ରାମ୍ୟ କମିଟି ସଭାପତି ପଦ୍ମନାଭ ରେଡ୍ଡୀ, ବିଶ୍ଵନାଥ ବେହେରା, ବନମାଳୀ ମହାପାତ୍ରଙ୍କ ସମେତ ସମସ୍ତ ୱାଡ଼ ସଭ୍ୟ ଉପସ୍ଥିତ ଥିଲେ । ଏହାର ପ୍ରତିକାର କରାନଗଲେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।