ଗ୍ରାସୀମ ଇଣ୍ଡୋଷ୍ଟିଜ ପକ୍ଷରୁ ଦୁଇଟି ସ୍ମଶାନ ଗୃହ ପାଇଁ ଭୂମି ପୂଜା

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ସ୍ମଶାନ ଗୃହ ନିମନ୍ତେ ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି।ଗଞ୍ଜାମ ବ୍ଳକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧଗ୍ରାମ ଓ ଋଷିକୂଲ୍ୟା କୁଳ ଜେଟିଠାରେ ଗ୍ରାସୀମ ଇଣ୍ଡୋଷ୍ଟିଜର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି କରକମଳରେ ଭୂମି ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସରପଞ୍ଚ ସଂଯୁକ୍ତା ପ୍ରଧାନ, ନାୟବ ସରପଞ୍ଚ କୃଷ୍ଣଚନ୍ଦ୍ର ପ୍ରଧାନ, ସମିତି ସଭ୍ୟ ଉଷାରାଣୀ ପ୍ରଧାନ, ପୁର୍ବତନ ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ,ବିଜେଡି ଯୁବ ନେତା ରଞ୍ଜିତ ପଲେଇ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଉକ୍ତ ସ୍ମଶାନ ଠାରେ ଉକ୍ତ ପଞ୍ଚାୟତ ସହ ଗଞ୍ଜାମ ଏନଏସି ର ୮,୯, ୧୦ ନମ୍ବର ୱାଡ଼ର ବାସିନ୍ଦା ମାନେ ଶବ ସତ୍କାର କରିବା ପାଇଁ ନିର୍ଭର କରନ୍ତି। ଵିଶେଷ କରି ବର୍ଷା ଦିନେ ଶବ ସତ୍କାର ସମୟରେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଥାଏ। ଗ୍ରାସୀମ ପକ୍ଷରୁ ଏଭଳି ପଦକ୍ଷେପ ଯୋଗୁଁ ଦିର୍ଘ ବର୍ଷ ର ସମସ୍ୟା ସମାଧାନ ହେବାକୁ ଯାଉଥିବା ବେଳେ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ