ଗ୍ରାହକଙ୍କୁ ଆକୃଷ୍ଟ କରୁଛି ପୂଜା ଅଫର

ବ୍ରହ୍ମପୁର,(ମନୋଜ କୁମାର ସାହୁ ) : ଦଶହରା ପାଇଁ ରେଶମ ସହର ବ୍ରହ୍ମପୁର ବେଶ ଚଳଚଞ୍ଚଳ । ।ପାର୍ବଣ ଋତୁ ଆରମ୍ଭରେ ଦୋକାନି ମାନଙ୍କର ପୂଜା ଧମାକା ଅଫର ଗ୍ରାହକ ମାନଙ୍କୁ ବେଶ ଆକୃଷ୍ଟ କରିପାରିଛି ।ଦଶହରା ପରେ ଆଗକୁ ,କୁମାର ପୂର୍ଣ୍ଣିମା , ଗଜଲକ୍ଷ୍ମୀ ପୂଜା ଆଦି ବହୁ ପର୍ବପର୍ବାଣୀ ଆରମ୍ଭ ହେବାକୁ ଥିବା ବେଳେ ଦୋକାନ ମାନଙ୍କର ଅଫର ଗ୍ରାହକ ମାନଙ୍କୁ ବେଶ ଆକୃଷ୍ଟ କରିପାରିଛି । ମାଁ ଙ୍କ ଆଗମନରେ ଦିଲ୍ଲୀ ଠାରୁ ଆରମ୍ଭ କରି ପଲ୍ଲୀ ପର‌୍ୟ୍ୟନ୍ତ ବେଶ ଚଳଚଞ୍ଚଳ ରହିଥିବା ବେଳେ ବଡ ବଡ ସିଂପି ମହଲ ଠାରୁ ଆରମ୍ଭ କରି ସୁନା ଦୋକାନ,ଓ ସହରର ବିଭିନ୍ନ ଦୋକାନ ପର‌୍ୟ୍ୟନ୍ତ ଗହଳି ଚହଳି ଦେଖିବାକୁ ମିଳିଛି । ରେଶମ ସହର ବ୍ରହ୍ମପୁରରେ ସମୁଦାୟ ପ୍ରାୟ ୪୪ ଟି ମାଁଙ୍କ ମୃର୍ଣ୍ଣୟ ମୃର୍ତ୍ତି ବିଭିନ୍ନ ପୂଜା ମଣ୍ଡରେ ପୂଜା ପାଉଥିବା ବେଳେ ଆବାଳ ବୃଦ୍ଧା ବନିତା ନୂତନ ପୋଷାକ,ଶାଢୀ ,ଖଦି ନୂତନ ବସ୍ତ୍ର କ୍ରୟ କରିବାକୁ ଦୋକାନ ମାନଙ୍କରେ ବେଶ ଭିଡ ଦେଖିବାକୁ ମିଳିଛି । ବିଗତ ଦୁଇ ବର୍ଷ ହେଲା ଏହି ଦଶହରା ସମୟରେ ଫାଇଲିନ ଓ ହୁଡୁହୁଡି ଭଳି ମହାବାତ୍ୟା ବ୍ୟବସାୟୀ ମାନଙ୍କୁ ନିରାଶ କରିଥିଲା କିନ୍ତୁ ଚଳିତ ବର୍ଷ ପାଗର ମାହୋଲ ଭଲ ରହିଥିବା ବେଳେ ବ୍ୟବସାୟୀ ମାନଙ୍କର ଆକର୍ଷଣୀୟ ଅଫର ଗ୍ରାହକ ମାନଙ୍କୁ ବେଶ ଆକୃଷ୍ଟ କରିପାରିଛି । ବ୍ୟବସାୟୀ ମାନେ ମଧ୍ୟ ବହୁତ ଭଲ ବ୍ୟବସାୟ କରି ଭଲ ଦି ପଇସା ଆୟ କରିଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି । ବ୍ୟବସାୟୀ ଏହା ସହିତ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରଙ୍ଗ ବେରଙ୍ଗର ଭେରାଇଟ ଭେରାଇଟ ଡ୍ରେସ ,ପ୍ୟାଣ୍ଟଆଦି ଗ୍ରାହକଙ୍କ ଚାହିଦାଙ୍କୁ ଦେଖି ଅଫର ଦେଇଛନ୍ତି ବ୍ୟବସାୟୀ ।ଦଶହରା ରେ ସହରରେ ମା ଜଗତଜନନୀ ପୂଜା ପାଉଥିବା ବେଳେ ଦୋକାନୀ ମାନଙ୍କର ଭିଡ ସାଙ୍ଗକୁ ସହରର ଆଲୋକମାଳା ଶ୍ରଦ୍ଦାଳୁ ମାନଙ୍କୁ ବେଶ ଆକୃଷ୍ଟ କରିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ