ଗ୍ରାହକ ଅଧିକାର ଓ ସୁରକ୍ଷା କମିଟି ଆନୁକୁଲ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆଜି ଅପରାହ୍ନରେ ମାଣିକପାଟଣା ସୀମା ବିବାଦୀୟ ସମସ୍ୟାର ତୁରନ୍ତ ଫଇସଲା ନିମନ୍ତେ ଏକ ସ୍ମାରକ ପତ୍ର ପ୍ରଦାନ କରାଗଲା,ଓଡ଼ିଶା ସୀମାରେ ଥିବା ମାଣିକପାଟଣା କୁ ଆନ୍ଧ୍ରର ଦାଦାଗିରି କୁ ଉଚିତ୍ ଜବାବ୍ ପାଇଁ ଓଡ଼ିଶାର ପ୍ରଶାସନ,ରାଜନୀତି,ଜନସାଧାରଣ,ତୁରନ୍ତ ପଦକ୍ଷେପ ନିଅନ୍ତୁ। ଏହି ପରିପ୍ରେକ୍ଷୀରେ ଗ୍ରାହକ ଅଧିକାର ସୁରକ୍ଷା କମିଟି ଗଜପତିରୁ ତଥ୍ୟ ଅନୁସନ୍ଧାନ ଏବଂ ତୃଣ ମୂଳସ୍ତରରେ ଆମର କର୍ତ୍ତବ୍ୟ ଏବଂ ପଦକ୍ଷେପ ପାଇଁ ଚଳିତ ମାସ ତା୨୩/୦୯/୨୦୨୧ରିଖ ଦିନ ଏହି ଅନୁଷ୍ଠାନ ମାଣିକପାଟଣା ଏକ ଦଳ ଯିବାପାଇଁ ଚୂଡାନ୍ତ ନିସ୍ଵତି ନେଇଛନ୍ତି। ଏହି ଅବସରରେ ସିଭିଲ ଲିବରଟି କମିଟି ଶ୍ରୀକାକୁଲମ ର ଏକ ଟିମ୍ ପହଞ୍ଚି ସ୍ଥିତି ଅନୁସନ୍ଧାନ ଏବଂ ଆମର ନାର୍ଯ୍ୟ ଅଧିକାରକୁ ଲୋକଲୋଚନକୁ ଆଣିବାକୁ ପ୍ରଚେଷ୍ଟା କରାଯିବ।ଜିଲ୍ଲା କାର୍ଯ୍ୟ କାରିଣୀ ସଭାପତି ତନୁଜା ଶତପଥୀ, ଜିଲ୍ଲା ସମ୍ପାଦକ ରୋକମ୍ ଲୋକନାଥ, କୋଷାଧ୍ୟକ୍ଷ ଶିଶିର କୁମାର ଭଞ୍ଜ,ପୋରାଞ୍ଚଳ ସଭାପତି ରଞ୍ଜନ ମହାପାତ୍ର ପ୍ରଭୃତି ଏହି ମହତ୍ କାର୍ଯ୍ୟରେ ଯିବେ। ମାନନୀୟ ଗଜପତି ଜିଲ୍ଲାପାଳଙ୍କୁ ଏହି ସ୍ମାରପତ୍ର ରେ ଦର୍ଶାଇ ଦିଆଯାଇଛି।


