ଗ୍ରାହକ ସଚେତନତା ସମ୍ୱନ୍ଧୀୟ ଆଲୋଚନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଭାରତୀୟ ମାନକ ବ୍ୟୁରୋ, ଭୂବନେଶ୍ୱର ଦ୍ଵାରା ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନଏସ୍.ଡବ୍ଲ୍ୟୁ.ଡବ୍ଲ୍ୟୁ.ଏସ୍.ସହଯୋଗରେ ଏହି କାର୍ଯ୍ୟକ୍ରମରେ ଓଡିଶା ଶାଖାର ନିର୍ଦ୍ଦେଶକ ଏ. କେ. ପୁରୋହତ ମୁଖ୍ୟ ଆଲୋଚକ ଭାବେ ଯୋଗଦାନ କରିଥିଲେ।ଗ୍ରାହକ ମାନଂକ ଅଧିକାର ସମ୍ୱନ୍ଧରେ ତର୍ଜମା କରିଥିଲେ।ବିଭିନ୍ନ ସୂଚକ ମାଧ୍ୟମରେ ଗୁଣାତ୍ମକ ରୂପରେଖର ବିଶ୍ଳେଷଣ କରିଥିଲେ। ସାଧାରଣ ଜିନିଷ କିଣିଲା ବେଳେ ସାବଧାନତାହିଁ ପ୍ରାଧାନ୍ଯ ଦେବା ଉଦ୍ଦେଶ୍ଯରେ ବିଭିନ୍ନ ଉଦାହରଣ ସହ ବୁଝାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅମିତ୍ କୁମାର ପ୍ରାସଂଗିକ ଆଲୋଚନାରେ ମତ ପ୍ରଦାନ କରିଥିଲେ।ଅଂଶଗ୍ରହଣକାରୀମାନେ ନିଜର ସନ୍ଦେହ ଦୂର କରିଥିଲେ।ଏଥିରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା,ପଂଚାୟତ ପ୍ରତିନିଧି,ବ୍ୟବସାୟୀ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ।ଏସ୍. ଡବ୍ଲ୍ୟୁ. ଡବ୍ଲ୍ୟୁ. ଏସ୍. ର ସଭାପତି ଡ. ଡି. ଜଗନ୍ନାଥ ରାଜୁଂକ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶେଷରେ ସମାଜସେବୀ ଭାଗବତ ପାଢୀ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ