ଗ୍ରୀନରେ ଚିଟଫଣ୍ଡ ମାମଲା :୨ ଜଣକୁ ଗିରଫ କଲା ସିବିଆଇ

ବାଲେଶ୍ୱର, (ୱାଇଏନ୍‌ଏସ୍‌): ବହୁ ଚର୍ଚ୍ଚିତ ଗ୍ରୀନରେ ଚିଟଫଣ୍ଡ ଠକେଇ ମାମଲାରେ ଆଜି ସି ବି ଆଇ ପକ୍ଷରୁ ଜଳେଶ୍ୱରରେ ଚଢ଼ାଉ କରି ଦୁଇ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି । ସି ବି ଆଇ ର ୬ ଜଣିଆ ଟିମ ଜଳେଶ୍ୱରରେ ପହଞ୍ଚି ଠକେଇ ମୁଖ୍ୟ ଅଭିଯୁକ୍ତ ମିର ସହିରୁଦ୍ଦିନଙ୍କ ଘରେ ଚଢ଼ାଉ କରି ତାର ଦୁଇ ସହଯୋଗୀ ମିର ଜମିର ଓ ମିର ସୈମତ ଓରଫ କାଲୁ କୁ ଗିରଫ କରିଛି । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ ନେଇ ଜଳେଶ୍ୱର ଥାନାରେ ତିନି ଘଣ୍ଟାରୁ ଉର୍ଦ୍ଧ୍ୱ ଜେରା କରିଛି ସି ବି ଆଇ । ଦେଶର ବିଭିନ୍ନ ସ୍ଥାନରେ ୧୦୬ ଟି ଶାଖା ଖୋଲି ଦୁଇ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକିନେଇଥିବା ମୁଖ୍ୟ ଅଭିଯୁକ୍ତ ମିର ସହିରୁଦ୍ଦିନ ବିଦେଶକୁ ପଳାଇ ଯିବାକୁ ଚେଷ୍ଟା କରୁଥିବାବେଳେ ୨୦୧୭ ମସିହା ଫେବୃୟାରୀ ୪ ତାରିଖରେ କଲିକତା ବିମାନ ବନ୍ଦରରୁ ଗିରଫ କରିଥିଲା ସିବିଆଇ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ