ଗ୍ରୀନସ୍ ଅନ୍ ୱିଲ୍ସ: ଓରମାସ ଓ ଜୀବିକା ମିଶନ ପକ୍ଷରୁ ଘରକୁ ଘର ପନିପରିବା ବଂଟନ

ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ମୁକାବିଲା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଏହାସହିତ ସଚେତନ ମଧ୍ୟ କରାଯାଉଛି । ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କ ସୁରକ୍ଷା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଓ ପୁଲିସ ପ୍ରଶାସନ କାର୍ଯ୍ୟ କରିଆସୁଛନ୍ତି । ଏହାସହିତ ବିଭିନ୍ନ ମାଧ୍ୟମରେ ଲୋକମାନଙ୍କୁ ଘରେ ରହିବା ନିମନ୍ତେ ସଚେତନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଓରମାସ ଓ ଓଡ଼ିଶା ଜୀବିକା ମିଶନର ମିଳିତ ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସହାୟତାରେ ଗଞ୍ଜାମ ଜିଲ୍ଲାରେ ୫୦ରୁ ଉର୍ଦ୍ଧ୍ୱ ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନେ ଘରକୁ ଘର ଯାଇ ଲୋକମାନଙ୍କୁ ସଜ ପନିପରିବା ଏବଂ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରିଆସୁଛନ୍ତି । ଆଜି ସୁଦ୍ଧା ୩୨ ଲକ୍ଷରୁ ଉର୍ଦ୍ଧ୍ୱ ପନିପରିବା ଏମାନେ ବିକ୍ରୟ କରିଛନ୍ତି । ଜିଲ୍ଲାର ୧୭ ଗୋଟି ଏନଏସି, ବ୍ରହ୍ମପୁର ମହାନଗର ନିଗମ ଓ ୨୨ ଗୋଟି ବ୍ଲକ ଅଂଚଳରେ କାର୍ଯ୍ୟ ତୁଲାଇ ଆସୁଛନ୍ତି ବୋଲି ଡିପିଏମ ନବୀନ ଚନ୍ଦ୍ର ସେନାପତି ଏବଂ ଓରମାସର ଡେପୁଟି ସିଇଓ ଡ.ଜ୍ୟୋତିପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ