ଗ୍ରୀନ୍ଜୋନ୍ରେ ହେବାପରେ ଜଗତସିଂହପୁର ଜିଲ୍ଲାରେ ଲକ୍ଡାଉନ୍ କଟକଣା କୋହଳ ହେଲା
ପାରାଦ୍ୱୀପ (ପୀତବାସ ପ୍ରଧାନ) : ସମ୍ପ୍ରତି ଦେଶର ବିଭିନ୍ନ ଜିଲ୍ଲାର କରୋନା ସ୍ଥିତିକୁ ନେଇ ଗ୍ରୀନ୍ ଜୋନ ତାଲିକା ପ୍ରକାଶିତ ହୋଇଥିଲା । ଜଗତସିିଂହପୁର ଜିଲ୍ଲା ଏହି ଗ୍ରୀନ୍ ଜୋନ୍ରେ ସାମିଲ ହେବା ପରେ ଲକ୍ଡାଉନ୍ କଟକଣା କୋହଳ ହୋଇଛି । ଏ ସମ୍ପର୍କରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ସମସ୍ତ ଅତ୍ୟାବଶ୍ୟକୀୟ ଦୋକାନ ବଜାର ସକାଳ ୬ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଖୋଲାରହିବ ବୋଲି ନିର୍ଦ୍ଦେଶନମାରୁ ଜଣାପଡିଛି । ଔଷଧ ଦୋକାନ ପୂର୍ବବତ ପୂର୍ଣ୍ଣସମୟ ଖୋଲାରହିବ । ବ୍ୟବସାୟୀମାନେ ଦୋକାନ ସମ୍ମୁଖ ପରିଷ୍ପାର ରଖିବା ସହ ଏ ସମ୍ପର୍କରେ ଦୋକାନ ଆଗରେ ସଚେତନତା ବୋର୍ଡ ଲଗେଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସାମାଜିକ ଦ୍ୱରତ୍ୱ, ମାସ୍କ ପରିଧାନ ବାଧ୍ୟତାମୂଳକ ରହିଛି ।