ଗ୍ରୀଷ୍ମକାଳୀନ ବିବାହ ପାଇଁ ପ୍ଲାଟିନମ୍ ଲଭ୍ ବ୍ୟାଣ୍ଡ୍
ନୂଆଦିଲ୍ଲୀ,(ଯୁଗାବ୍ଦ ନ୍ୟୁଜ) : ଆମେ ଗ୍ରୀଷ୍ମକାଳୀନ ବିବାହ ଋତୁକୁ ପ୍ରବେଶ କରୁଥିବା ସମୟରେ ଏନ୍ଗେଜମେଣ୍ଟ ରିଂ ପସନ୍ଦ କରିବା ନିମନ୍ତେ ନିଜର ପ୍ରିୟ ସେଲିବ୍ରିଟି (ଚର୍ଚ୍ଚିତ ବ୍ୟକ୍ତି)ଙ୍କ ଠାରୁ ପ୍ରେରଣା ନିଅନ୍ତୁ । ବିଶ୍ୱବ୍ୟାପୀ ସେଲିବ୍ରିଟିମାନେ ଦୀର୍ଘକାଳରୁ ସେମାନଙ୍କର ସ୍ମରଣୀୟ “ମୁଁ ମଧ୍ୟ” ମୁୁହୂର୍ତ୍ତଗୁଡିକ ନିମନ୍ତେ ପ୍ଲାଟିନମ୍କୁ ସେମାନଙ୍କ ଏନ୍ଗେଜମେଣ୍ଟ ରିଂ ଭାବରେ ପସନ୍ଦ କରିଆସିଛନ୍ତି, କାରଣ ଏହା ପ୍ରାକୃତିକ ଭାବରେ ଶ୍ୱେତ ଧାତୁ ଯାହା ନିଜର ସୌନ୍ଦର୍ଯ୍ୟ, ଦୀର୍ଘସ୍ଥାୟିତ୍ୱ ଏବଂ ଚିରନ୍ତର ଆବେଗ ନିମନ୍ତେ ବେଶ୍ ଖ୍ୟାତିଲାଭ କରିଛି । ଅଭିନେତା ମାନଙ୍କର ଏକ ତାଲିକାରୁ ନେଇ ସଂଗୀତ ଜଗତରେ ଚହଳ ସୃଷ୍ଟି କରିଥିବା ବ୍ୟକ୍ତିବିଶେଷଙ୍କ ପର୍ଯ୍ୟନ୍ତ ଏହି ସେଲିବ୍ରିଟିମାନେ ପ୍ଲାଟିନମ୍କୁ ସେମାନଙ୍କର ପ୍ରତିବଦ୍ଧତାର ଏକମାତ୍ର ପ୍ରତୀକ ଭାବରେ ଆପଣେଇଛନ୍ତି, ଯାହା ବିଶ୍ୱସ୍ତରରେ ଦମ୍ପତିଙ୍କୁ ବାନ୍ଧି ରଖିବାର ଏକ ଯାଜୁଲ୍ୟମାନ ଧାରା ହୋଇଛି । ପ୍ଲାଟିନମ୍ ହେଉଛି ୯୫% ଶୁଦ୍ଧ ଏବଂ କେବଳ ଦୀର୍ଘସ୍ଥାୟୀ ନୁହେଁ, ତାହାସହିତ ଅତୁଳନୀୟ ଭାବରେ ଘନତ୍ୱ ବିଶିଷ୍ଟ ଯାହା ଏହାର ଅନ୍ତର୍ନିହିତ ଔଜଲ୍ୟକୁ କ୍ଷତି ନପହଞ୍ଚାଇ ଅଥବା ନହରାଇ ଦୀର୍ଘସ୍ଥାୟିତ୍ୱ ସୁନିଶ୍ଚିତ କରୁଛି । ଏହାର ଉଚ୍ଚକୋଟୀର ଦୃଢତା ଏହାକୁ ହୀରା ଏବଂ ଜେମ୍ଷ୍ଟୋନ ଖଞ୍ଜିବା ନିମନ୍ତେ ସମ୍ପୂର୍ଣ୍ଣ ଆଦର୍ଶ କରି ଗଢିତୋଳୁଛି, ଯାହା ସେଗୁଡିକୁ ସୁରକ୍ଷିତ ଭାବରେ ଧରି ରଖିବା ସୁନିଶ୍ଚିତ କରିବା ସହିତ ସେଗୁଡିକର ଔଜଲ୍ୟ ପରିବର୍ଦ୍ଧିତ କରୁଛି । କାର୍ଟିଅର, ହ୍ୟାରୀ ୱିନ୍ଷ୍ଟନ, ଟିଫାନି ଆଣ୍ଡ୍ କୋ ଏବଂ ଫ୍ରେଡ ଲେଟନ୍ ଭଳି ଅଗ୍ରଣୀ ଡିଜାଇନର ଏବଂ ଜୁଏଲରୀ ବ୍ରାଣ୍ଡ୍ଗୁଡିକ ସୁରକ୍ଷିତ ଭାବରେ ମୂଲ୍ୟବାନ ଜେମ୍ଷ୍ଟୋନଗୁଡିକୁ ପ୍ରଦର୍ଶିତ କରିବା ନିମନ୍ତେ ପ୍ଲାଟିନମ୍କୁ ତାହାର ବହୁମୁଖୀ ବ୍ୟବହାରିତା ଏବଂ ସାମର୍ଥ୍ୟ ନିମନ୍ତେ ପସନ୍ଦ କରିଆସୁଛନ୍ତି ।
ପ୍ଲାଟିନମ୍ରେ ଗହଣା ତିଆରି କରିବା ଦ୍ୱାରା ତାହା ବାରି ହୋଇପଡିବା ସୁନିଶ୍ଚିତ କରିଥାଏ, ରେଡ କାର୍ପେଟରେ ଚାଲିବା ହେଉ, ଅତି ଆପଣାର ଉତ୍ସବ ଏବଂ ଏକ ସ୍ୱତନ୍ତ୍ର ଅବସର ହେଉ, ତାହା ଏକ ଦମ୍ଦାର ଷ୍ଟାଇଲ ଅଭିବ୍ୟକ୍ତି ପ୍ରଦାନ କରିଥାଏ । ପ୍ଲାଟିମ୍ ଲଭ୍ ବ୍ୟାଣ୍ଡ୍ ସ୍ଥାୟୀ ପ୍ରେମ ଓ ପ୍ରତିବଦ୍ଧତାର ପ୍ରତୀକ, ଯାହା ପ୍ରଭାବଶାଳୀ ବ୍ୟକ୍ତିତ୍ୱର ଏକ ପରିଷ୍କୃତ ଚିତ୍ରକୁ ପ୍ରତିଫଳିତ କରିଥାଏ । ସେଲିବ୍ରିଟିମାନେ ଅନେକ ସମୟରେ ପ୍ଲାଟିନମ୍ରେ ତିଆରି ଏନ୍ଗେଜମେଣ୍ଟ ରିଂକୁ ତାହାର ଶ୍ୱେତ ମାଧୁର୍ଯ୍ୟ ପାଇଁ ପସନ୍ଦ କରିଥାନ୍ତି, ଯାହା ହୀରା ଓ ରଙ୍ଗୀନ ଜେମ୍ଷ୍ଟୋନଗୁଡିକର ଔଜଲ୍ୟକୁ ବହୁଗୁଣିତ କରିଥାଏ ଏବଂ ସେଗୁଡିକୁ ବାସ୍ତବ ଚମକ ପ୍ରଦାନ କରିଥାଏ । ପ୍ଲାଟିନମ୍ ଏନ୍ଗେଜମେଣ୍ଟ ରିଂଗୁଡିକର ଦୀର୍ଘସ୍ଥାୟୀ ଆକର୍ଷଣ ସେଗୁଡିକୁ ସେଲିବ୍ରିଟି ଦମ୍ପତିଙ୍କ ପ୍ରିୟ ଭାବରେ ତାହାର ସ୍ଥିତିକୁ ମଜଭୁତ କରି ଗଢିତୋଳୁଛି, ଯେଉଁମାନେ ଅନେକ ସମୟରେ ଏହି ବହୁମୂଲ୍ୟ ଧାତୁରେ ଖଞ୍ଜା ଯାଇଥିବା ପରିଦୃଶ୍ୟ ହେବାଭଳି ହୀରା ଅଥବା ବେଶ୍ ଆକର୍ଷଣ ରଙ୍ଗର ଜେମ୍ଷ୍ଟୋନ୍ର ଚମକଦାର ରିଂଗୁଡିକୁ ପରିଧାନ ପୂର୍ବକ ନିଜର ଗରିମା ପ୍ରଦର୍ଶନ କରିଥାନ୍ତି । ପ୍ଲାଟିନମ୍ରେ ପ୍ରସ୍ତୁତ ଏନ୍ଗେଜମେଣ୍ଟ ରିଂ ପ୍ରସଙ୍ଗରେ ସର୍ବାଧୁନିକ ଟ୍ରେଣ୍ଡ୍ ସମ୍ପର୍କରେ ପ୍ରକାଶ କରି ପଲ୍ଳବୀ ଶର୍ମା, ବିଜିନେସ ଡାଇରେକ୍ଟର, ପ୍ଲାଟିନମ୍ ଗିଲ୍ଡ ଇଣ୍ଟରନ୍ୟାସନାଲ (ପିଜିଆଇ) ଇଣ୍ଡିଆ କହିଛନ୍ତି, “ବିଶ୍ୱସ୍ତରୀୟ ଟ୍ରେଣ୍ଡ୍ରେ ପ୍ରଭାବିତ ହୋଇ, ପ୍ଲାଟିନମ୍ ଲଭ୍ ବ୍ୟାଣ୍ଡ୍ଗୁଡିକ ଏନଗେଜମେଣ୍ଟ ରିଂ ଜଗତରେ ଲୋକପ୍ରିୟ ଐଚ୍ଛିକତା ଭାବରେ ଉଭା ହୋଇଛି । କେତେକ ମଜାଦାର ଟ୍ରେଣ୍ଡ୍ ମଧ୍ୟରେ ‘ମଡର୍ଣ୍ଣ ଭିଣ୍ଟେଜ’ ଆସ୍ଥେଟିକ ରହିଛି, ଯାହା ସମକାଳୀନ ଡିଜାଇନ ଉପାଦାନ ସହିତ ପାରମ୍ପରିକ ଷ୍ଟାଇଲର ସମ୍ମିଶ୍ରଣ ଘଟାଇ କ୍ଲାସିକ ଡିଜାଇନ ଉପରେ ଏକ ତାଜା ରୂପ ପ୍ରଦାନ କରୁଛି; ‘ଥ୍ରୀ ଷ୍ଟୋନ୍ ଅଥବା ଟ୍ରିନିଟି’ ରିଂଗୁଡିକରେ ପ୍ଲାଟିନମ୍ରେ ବିବିଧ ଷ୍ଟୋନ୍ ଖଞ୍ଜାଯାଉଛି, ଯାହା ଦୀର୍ଘସ୍ଥାୟୀ ପ୍ରେମର ପ୍ରତୀକ ହୋଇଛି; ଏବଂ ‘ତୋଇ ଏଟ୍ ମୋଇ’- ଏଭଳି ଏକ ଷ୍ଟାଇଲ ଯାହା ସେଲିବ୍ରିଟିମାନଙ୍କର ପ୍ରିୟ ହୋଇଛି ଏବଂ ସେଥିରେ ଅନ୍ତରଙ୍ଗ ସଂପର୍କକୁ ପ୍ରତିନିଧିତ୍ୱ କରୁଥିବା ଦୁଇଟି ଜେମ୍ ଯୋଡା ରହିଛି ଏବଂ ପ୍ଲାଟିନମ୍ ଦୀର୍ଘସ୍ଥାୟିତ୍ୱକୁ ସୁନିଶ୍ଚିତ କରୁଛି । ଦମ୍ପତିମାନେ ମଧ୍ୟ ହୀରା ଏବଂ ସଲିଟେୟାରରୁ ଊର୍ଦ୍ଧ୍ୱରେ ଜେମ୍ଷ୍ଟୋନ ବିକଳ୍ପ ସହିତ ଏକାଧିକ କଟ୍, ରଙ୍ଗ ଏବଂ ବିସ୍ପୋକ୍ ଡିଜାଇନ ଖୋଜୁଛନ୍ତି, ଯାହାସବୁ ପ୍ଲାଟିନମ୍ରେ ଖଞ୍ଜାଯାଇଥିବ । ଏଥିମଧ୍ୟରେ ସାଫାୟର, ଟର୍ମାଲାଇନ୍ସ ଏବଂ ଏମେରାଲ୍ଡ ଭଳି ରଙ୍ଗୀନ ଜେମ୍ଷ୍ଟୋନ, ଓଭାଲ୍ସ୍, ଆସର୍ସ ଏବଂ କୁଶନ୍ସ ଭଳି ଫାନ୍ସି କଟ୍ ରହିଥିବ, ଏନାମେଲ୍, ସେରାମିକ୍ ଏବଂ ରଙ୍ଗୀନ ରୋଡିୟମ ରୂପ ଆଦି ଉପାଦାର ଅନନ୍ୟ ମିଶ୍ରଣ ଥିବ ଏବଂ ତାହାସହିତ ଭିଣ୍ଟେଜ ଡିଟେଲ୍ସ ଏବଂ ଖୋଦେଇ ଭଳି ବ୍ୟକ୍ତିଗତ ସ୍ପର୍ଶ ଆଦି ରହିଛି ।