ଗ୍ରୀଷ୍ମରେ କେମିତି କରିବେ ତ୍ୱଚାର ଯତ୍ନ

ସୌନ୍ଦର୍ଯ୍ୟ ବିଶେଷଜ୍ଞ ଶେହନାଜ ହୁସୈନଙ୍କ ମତରେ ଖରାଦିନେ ତ୍ୱଚାର ଯଥା ଭାବେ ଯତ୍ନ ନେବା ଉଚିତ । ଘରୋଇ ଉପାୟରେ ଫେସିଆଲ, କ୍ଲିନ-ଅପ କରିବା ସହ ପ୍ୟାକ ମଧ୍ୟ ଲଗାଇପାରିବେ । ସନ-ଟ୍ୟାନରୁ ରକ୍ଷା ପାଇବାକୁ ହେଲେ ନିୟମିତ ଉବଟନ (ଏକ ପ୍ରକାର ଘରୋଇ ଫେସପ୍ୟାକ) ଲଗାଇବା ତ୍ୱଚା ପାଇଁ ହିତକାରୀ ।
ଖରାଦିନ କାରଣରୁ ତ୍ୱଚା ଉପରେ ଗରମ ହୋଇଯାଇଥିଲେ, ପୋଦିନା ପତ୍ରକୁ ବାଟି ତ୍ୱଚାରେ ୨୦ ମିନିଟ ପାଇଁ ଲଗାଇ ପରେ ଥଣ୍ଡା ପାଣିରେ ଧୋଇନେବେ । ଗ୍ରୀଷ୍ମ ଦିନ ନିମନ୍ତେ ଏହା ଏକ ଉତ୍ତମ ପ୍ୟାକ ।
୧ ଚାମଚ ବେସନ, ଚିମୁଟାଏ ହଳଦୀ, ୧ ଚାମଚ କଞ୍ଚାକ୍ଷୀର, ଗୋଲାପ ଜଳକୁ ମିଶାଇ ମଧ୍ୟ ପ୍ୟାକ ଭଳି ଲାଗନ୍ତୁ । ଫି୍ରଜରେ ମଧ୍ୟ ୨-୩ ଦିନ ଏହି ପ୍ୟାକ୍‍ କରି ମଧ୍ୟ ତ୍ୱଚାରେ ଲଗାଇପାରିବେ ।
ଏଇ ଋତୁରେ ଅଧିକ ଝାଳ ବାହାରିବା କାରଣରୁ ବ୍ରଣ ସମସ୍ୟା ହୋଇଥାଏ । ସେଥିରୁ ରକ୍ଷା ପାଇବା ଲାଗି ନିମ୍ବ ପତ୍ର ଗୁଣ୍ଡ ୨ ଚାମଚରେ ପୋଦିନା ରସ ମିଶାଇ ପ୍ୟାକ୍‍ ଭଳି ତ୍ୱଚାରେ ଲଗାନ୍ତୁ । ୧୫ ମିନିଟ୍‍ ପରେ ତ୍ୱଚାକୁ ଧୋଇନେବେ ।
ଟମାଟୋ ରସ ଓ ମୁଲତାନି ମାଟି ପ୍ୟାକ ଲଗାଇଲେ ମଧ୍ୟ ତ୍ୱଚାକୁ ତାହା ଶୀତଳତା ପ୍ରଦାନ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ