ଗ୍ରୀଷ୍ମର ପ୍ରବାହ ଯେତିକି ମାତ୍ରାରେ ବଢୁଛି ସେତିକିମାତ୍ରାରେ ତରଭୂଜ ବିକ୍ରି ହେଉଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ ଗ୍ରୀଷ୍ମର ପ୍ରବାହ ଦିନକୁ ଦିନ ଯେତିକିମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ତରଭୂଜ ସେତିକିମାତ୍ରାରେ ବିକ୍ରି ହେଉଥିବାର ଲକ୍ଷ୍ୟ କରାଯାଉଛି । ଆଜିକାଲି ଅନେକ ପ୍ରକାର ମୃଦୁପାନୀୟ କୋଲ୍ଡଡ୍ରିଙ୍କସ, ଆଇସକ୍ରିମ, ଲସି, ସୋଡା ଇତ୍ୟାଦି ବଜାରରେ ଉପଲବ୍ଧ ହେଲେ ମଧ୍ୟ ସେଥିରେ ରାସାୟନିକ ଦ୍ରବ୍ୟ ମିଶିଥାଏ ଏବଂ ଏଗୁଡିକ ବରଫ କିମ୍ବା ଫ୍ରିଜ ସାହାଯ୍ୟରେ ଥଣାଡ କରି ବିକ୍ରିକରାଯ।।ଏଏ । ଏହା ଦେହ ପାଇଁ କ୍ଷତିକାରକ ସାବସ୍ତ୍ୟ ହେଉଥିବା ବେଳେ ଦର ଗୁଡିକ ଦିନକୁ ଦିନ ବୃଦ୍ଧିପାଉଥିବାରୁ ପ୍ରାକୃତିକ ଉପାୟରେ ଶରୀରକୁ ଥଣ୍ଡା ଏବଂ ତୃଷ୍ଣା ମେଣ୍ଟାଉଥିବା ଏହି ତରଭୁଜର ଚାହିଦା ବଢିବାରେ ଲାଗିଛି । ବର୍ତ୍ତମାନ କିଲୋ ପିଛା ୨୦ରୁ୩୦ଟଙ୍କା ଦରରେ ବିକ୍ରି ହେଉଛି । ଏହି ତରଭୁଜ ବିଶେଷ କରି ଜିଲ୍ଲାର କାଶୀନଗର ଓ ପଡୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟର ସୀମାନ୍ତବର୍ତ୍ତୀ ଗ୍ରାମର ବୋଲି ଜଣାପଡିଛି । ପାରଳା ସହରରେ ବିକ୍ରି ହେଉଥିବା ତରଭୁଜ ଦୋକାନ ମଧ୍ୟରୁ କାଶୀନଗର ଅଞ୍ଚଳର ତରଭୁଜ ବ୍ୟବସାୟୀ ଟି.ଚିନ୍ନା ସହରର ପ୍ରାୟ ୧୦ଗୋଟି ଅସ୍ଥାୟୀ ଦୋକାନ କରି ବିକ୍ରି କରୁଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ