ଗ୍ରୀଷ୍ମ ଆରମ୍ବରୁ ଜଳ କଷ୍ଟ , ଛମାସ ହେଲା ସୋଲାର ପମ୍ପ ନଳକୂପ ଅଚଳ

ରାୟଗଡା,(ଦୁର୍ଗା ପ୍ରସାଦ ପାଢୀ):ସହର ଠାରୁ ଆରମ୍ବ କରି ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ପାନୀୟଜଳ ଯୋଗାଇବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବ୍ଲକ କାର୍ଯ୍ୟଳୟ ରେ ଜଳ ଓ ପରିମଳ ବିଭାଗ ଓ ପଞ୍ଚାୟତ ସ୍ଥରରେ ପଞ୍ଚାୟତ କାର୍ଯ୍ୟଳୟକୁ ସମସ୍ତ ପ୍ରକାର କ୍ଷମତା ଦିଆ ଯାଇଛି।କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ଏବେ ଅନେକ ଲୋକଙ୍କ ପାଖରେ ଏ ସବୁ ସୁବିଧା ପହଞ୍ଚି ପାରୁନାହିଁ l ଯାହାକୁ ନେଇ ଏବେ ଲୋକେଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଗ୍ରୀଷ୍ମ ଆରମ୍ବ ହେବା ପୂର୍ବରୁ ଏବେ ଦେଖା ଦେଇଛି ଅନେକ ସ୍ଥାନରେ ଜଳ କଷ୍ଟ। ଗ୍ରାମରେ ଥିବା ସୋଲାର ପମ୍ପ ଓ ନଳକୂପ ଅଚଳ ହୋଇ ବିତିଗଲାଣି ଛମାସ କିନ୍ତୁ ଅଭିଯୋଗ ହେବା ପରେ ମଧ୍ୟ ସମଧାନ କ୍ଷେତ୍ରରେ କୌଣସି ପଦକ୍ଷେପ ନିଆଁ ଯାଉନଥିବା ଅଭିଯୋଗ ଆସୁଛି । ଏହା କୁ ନେଇ ପଞ୍ଚାୟତ ଠାରୁ ଆରମ୍ବ କରି ବ୍ଲକ କାର୍ଯ୍ୟଳୟ ପର୍ଯନ୍ତ ଗୁହାରି କରି ନୟାନ୍ତ ହେବା ପରେ ମଧ୍ୟ ସୋଲାର ପମ୍ପ କିମ୍ବା ନୋଳକୂପ ର ମରାମତି କାର୍ଯ୍ୟ ହୋଇପାରିଲାନାହିଁ। ଏଭଳି ଘଟଣା ସାମ୍ନାକୁ ଆସିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡା ପଞ୍ଚାୟତ ଅଧୀନରେ ଥିବା ମାଳି ଶିରିପୁର ଗ୍ରାମରେ। ଏହି ଗ୍ରାମରେ ମୋଟ ପରିବାର ସଂଖ୍ୟା ୧୨୦ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଏଠାରେ ମୋଟ ୫ଟି ନଳକୂପ ରହିଥିବା ବେଳେ ଦୁଇ ଗୋଟି ସୋଲାର ପମ୍ପ ରହିଛି । ହେଲେ ଗତ ୬ମାସ ହେବ ଏଠାରେ ଥିବା ଗୋଟାଏ ସୋଲାର ପମ୍ପ ଅଚଳ ହୋଇଥିବା ବେଳେ ତିନଟି ନଳକୂପରେ ପାଣି ବାହାରୁ ନାହିଁ। ବର୍ତମାନ ଗ୍ରୀଷ୍ମ ଆରମ୍ବ ହୋଇସାରିଥିବା ସମୟରେ ମାଳିଶିରିପୁର ଗ୍ରାମରେ ଜଳ କଷ୍ଟ ଦେଖା ଦେଇଛି।ଯାହା ଫଳରେ ଦୀର୍ଘ ୬ମାସ ହେବ ଗ୍ରାମବାସି ଜଳ କଷ୍ଟରେ ଦୁର୍ଦଶା ଭୋଗୁଛନ୍ତି। ଗ୍ରାମର ଜଳ ସଙ୍କଟ ନେଇ ପଞ୍ଚାୟତ ଠାରୁ ଆରମ୍ବ କରି ବ୍ଲକ ପ୍ରଶାସନ ନିକଟରେ ଗୁହାରି କରିବା ପରେ ମଧ୍ୟ ଏହାର କୌଣସି ସମଧାନ ହୋଇନଥିବା ମାଳିଶିରପୁର ଗ୍ରାମର ସୂନାଲୁ ମିଣିଆକା, ବାସନ୍ତୀ ତୁଇକା,ସୁରି ତୁଇକା, କନକ ସେଠି,କବିତା ଜେନା, ଏବଂ ସରସ୍ବତୀ ତୁଇକା ଅଭିଯୋଗ କରିଛନ୍ତି।ଅନ୍ୟପଟେ ମାଳି ଶିରିପୁର ଗ୍ରାମର ପାଣି ସମସ୍ୟା କୁ ନେଇ ଆମେ ବିଷମ କଟକ ବ୍ଲକର ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ରାଜେଶ୍ୱରୀ ପାତ୍ର ଙ୍କ ସହ ଯୋଗାଯୋଗ କରିଥିବାରୁ ତାଙ୍କ ନିକଟକୁ କୌଣସି ଅଭିଯୋଗ ଆସିନଥିବା କହିଛନ୍ତି। ଏଥିସହ ହାଟ ମୁନିଗୁଡା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହ ଯୋଗଯୋଗ କରିବା ପରେ ଖୁବଶୀଘ୍ର ମାଳିଶିରିପୁର ଗ୍ରାମର ସୋଲାର ପମ୍ପ ଓ ନଳକୂପ ମାରାମତି କରାଯିବ ବୋଲି ସହକାରୀ ଯନ୍ତ୍ରୀ ରାଜେଶ୍ୱରୀ ପାତ୍ର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ