ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୟୁଥ ମାସ ସେବା ସଂଘ ପକ୍ଷରୁ ଜଳ ଛତ୍ର ଖୋଲିଲା
ଛତ୍ରପୁର, (ଦେବଦତ୍ତ ମହାରଣା) :-ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଇ ଆର ଇ ଓ ଛତ୍ରପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ୟୁଥ୍ ମାସ ସେବା ସଂଘ ପକ୍ଷରୁ ସ୍ଥାନୀୟ ଠାକୁରାଣୀ ମନ୍ଦିର ରୋଡ ଠାରେ ଏକ ଜଳଛତ୍ର ଖୋଲାଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ଛତ୍ରପୁର ପ୍ରେସ୍ କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାରଣା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ସେବା ସଂଘର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଛତ୍ରପୁର ଠାରେ ମେ ୬ ତାରିଖଠାରୁ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି । ଏହା ଏକ ମାସ ଧରି ଚାଲୁ ରହିବ । ଏହି ଜଳ ଛତ୍ର ଖୋଲିବା ଦ୍ୱାରା ସହରକୁ ଆସୁଥିବା ବିଭିନ୍ନ ଶ୍ରଦ୍ଧାଳୁ ମାନଙ୍କ ସହ ବାଟୋଇ ମାନେ ପାନୀଜ ଜଳ ପାଇ ପାରିବେ ବୋଲି ମଧ୍ୟ ସେ କହିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା କମିଟିର ମ୍ୟାନେଜର କେ. ଚନ୍ଦ୍ର ଶେଖର ରେଡ୍ଡୀ, ବଡ ବଜାର ବ୍ୟବସାୟୀ ସଂଘର ସଭାପତି ସଂଜିତ କୁମାର ରାଉଳ, ଅପର ବସଷ୍ଟାଣ୍ଡ ବ୍ୟବସାୟୀ ସଂଘର ସଭାପତି ବି. ରାଜୁବାବୁ, ୧୦ ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ପୂର୍ବତନ ସାଂସଦ ପ୍ରତିନିଧି ଆୟୁବ ଖାନ୍, ମା ରାମାୟାଣାମ୍ମା ବ୍ୟବସାୟୀ ସଂଘର ସଭାପତି କେ. ନରସିଂହ ମୂର୍ତ୍ତୀ, ୟୁଥ୍ ମାସ ସେବା ସଂଘର ସମ୍ପାଦକ ସୟଦ୍ ମୁକ୍ତାର, ଉପଦେଷ୍ଟା ବି. ଶ୍ରୀନିବାସ, ରାଜେଶ କୁମାର ସାହୁ, ଉପସଭାପତି କେ. ରମେଶ, ପଙ୍କଜ ପାଣିଗ୍ରାହୀ, ଅଟଳ ବିହାରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବାଟୋଇ ମାନଙ୍କୁ ଜଳ ପ୍ରଦାନ କରିଥିଲେ ।


