ଗ୍ରୀଷ୍ମ ପ୍ରବାହରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ବର୍ତ୍ତମାନ କିଛି ଦିନ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେଉଛି କ୍ଷ ପ୍ରାୟତଃ ପ୍ରତିଦିନର ତାପମାତ୍ରା ୩୫ରୁ ୪୦ଡିଗ୍ରୀ ରହୁଥିବାବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଥଣ୍ଡା ଅଞ୍ଚଳ ରୂପେ ପରିଚିତ ଏହି କନ୍ଧମାଳ ଜିଲ୍ଲାରେ ଗତ କିଛି ଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଟାଣ ଖରା ହେଉଥିବା ଯୋଗୁଁ ସାଧାରଣ ଜନ ଜୀବନ ଅସ୍ତ,ବ୍ୟସ୍ତ ହୋଇ ପଡୁଛି। ଅପର ପକ୍ଷେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ସହ ପାନୀୟ ଜଳ ଯୋଗାଣ ନେଇ ବିଭାଗୀୟ ଉଦାସୀନତା ମନୋଭାବ ଯୋଗୁଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେହିପରି ଏନଏସି ତରଫରୁ ଜଳଛତ୍ର ବ୍ୟବସ୍ଥା ସହ ଡାକ୍ତରଖାନା ରେ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ ବ୍ୟବସ୍ଥା କରାଯାଇ ନାହିଁ। ତେବେ ଏହି ବାଲିଗୁଡାର ତାପମାତ୍ରା ଆଗକୁ ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବି ମହଲ ରେ ଅନୁମାନ କରାଯାଉଛି । ଏ ଦିଗରେ ତୁରନ୍ତ ଆବଶ୍ୟକ କାର‌୍ୟ୍ୟାନୁଷ୍ଠାନ ପ୍ରଶାସନ ତରଫରୁ କରାଯାଉ ବୋଲି ମଧ୍ୟ ଦାବି ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ