ଗ୍ରେଟ ଆଇଟିଆଇରେ ନିଯୁକ୍ତି ମେଳା ଅନୁଷ୍ଠିତ
ନାଉଗାଁ : ନାଉଗାଁ ବ୍ଲକ ମୁଣ୍ଡାଳୋସ୍ଥିତ ଗ୍ରେଟ ଆଇଟିଆଇରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଇନଡଚ କମ୍ପୋଜିଟ ପ୍ରାଇଭେଟ ଲିମିଟେଡ କମ୍ପାନୀ ପକ୍ଷରୁ ଆୟୋଜିତ ମେଳାରେ ମାନବ ସମ୍ବଳ ଅଧିକାରୀ ରାକେଶ ପଟେଲ,ବରିଷ୍ଠ କାର୍ଯ୍ୟନିର୍ବାହୀ ତଥା ମାନବ ସମ୍ବଳ ଅଧିକାରୀ କୃନାଲ ପଟେଲ,ଗ୍ରେଟ ଆଇଟିଆଇର ଅଧ୍ୟକ୍ଷ ହିତେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ନିଯୁକ୍ତି ପାଇଁ ଆଶାୟୀ ବେକାର ଯୁବକ ଓ ଯୁବତୀମାନଙ୍କର ପ୍ରମାଣ ପତ୍ରକୁ ଯାଂଚ କରିଥିଲେ । ଏଥିରେ ୩୦ରୁ ଉର୍ଦ୍ଧ ଯୁବକ ଓ ଯୁବତୀ ନାମ ପଂଜୀକରଣ କରି ସାକ୍ଷାତକାରରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରେଟ ଆଇଟିଆଇର ପରିଚାଳନା କମିଟିର ସଭାପତି ଅଶୋକ କୁମାର ସିଂ,ପ୍ରଦିପ୍ତ ମହାପାତ୍ର,ପ୍ରଦୋଷ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।