ଗ୍ରେଡ୍ ପେ ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ଶିକ୍ଷକ ସଂଘ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ସରକାର ଶିକ୍ଷା ଅଧିକାରରେ ଥିବା ନିୟମ ଓ ଅଧିନିୟମକୁ କାର୍ଯ୍ୟକାରୀ କରୁନାହାଁନ୍ତି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲକ୍ଷାଧିକ ଶିକ୍ଷକ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ସରକାର ଶିକ୍ଷକ ନିଯୁକ୍ତି ନ କରି ଠିକା ଓ ଚୁକ୍ତିରେ ଶିକ୍ଷକ ନିଯୁକ୍ତି କରୁଛନ୍ତି । ଶିକ୍ଷା ଅଧିକାର ଆଇନ୍ରେ ବିଦ୍ୟାଳୟର ଭିତ୍ତିଭୂମି, ନିୟମିତ ଶ୍ରେଣୀ ପିଛା ଓ ବିଷୟଭିତ୍ତିକ ଶିକ୍ଷକ ନିଯୁକ୍ତି ଉଲ୍ଲେଖ ଥିଲେ ମଧ୍ୟ ସରକାର ଜାଣିଶୁଣି ଏଗୁଡ଼ିକ କରୁନାହାଁନ୍ତି । ୩୦ ବର୍ଷ ତଳେ ବିଦ୍ୟାଳୟ ସଂଖ୍ୟା ଅନୁଯାୟୀ ଶିକ୍ଷକ ପଦବୀ ଯାହା ଥିଲା ଆଜି ବିଦ୍ୟାଳୟ ସଂଖ୍ୟା ବଢିଥିଲେ ମଧ୍ୟ ସରକାର ଶିକ୍ଷକ ପଦବୀ ସଂଖ୍ୟା ସେହି ୧ଲକ୍ଷ ୩୨ ହଜାର ରଖିଛନ୍ତି । କେନ୍ଦ୍ର ସରକାର ୭ମ ବେତନ କମିଶନରେ ଠିକା ଶିକ୍ଷକଙ୍କ ଦରମା ୨୩,୫୦୦ ଦେଉଥିବା ବେଳେ ରାଜ୍ୟ ସରକାର ମାତ୍ର ୭,୨୦୦ ଟଙ୍କା ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ସମତେ ୨୬ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କ ଦରମା ୭ମ ବେତନ କମିଶନରେ ୪୨୦୦/- ଗ୍ରେଡ୍ ପେ ଦେଇ ସଂଶୋଧନ କରାଯାଇଥିବା ବେଳେ ଓଡ଼ିଶା ସରକାର ଏଥିରେ ବ୍ୟତିକ୍ରମ କରି ମାତ୍ର ୨୨୦୦/- ଗ୍ରେଡ୍ ପେରେ ୭ମ ବେତନ କମିଶନ ସଂଶୋଧନ କରିବା ଦ୍ୱାରା ପ୍ରାଥମିକ ଶିକ୍ଷକମାନଙ୍କ ଦରମା ଅନ୍ୟ ରାଜ୍ୟ ଶିକ୍ଷକମାନଙ୍କ ତୁଳନାରେ ସର୍ବନିମ୍ନ ହୋଇଛି । ନିର୍ବାଚନ ପୂର୍ବରୁ ସମସ୍ତ କର୍ମ•ରୀ କର୍ମ•ରୀଙ୍କ ଦାବିକୁ ସରକାର ପୂରଣ କରିଥିବା ବେଳେ କ୍ୟାଡ଼ର ସଂଶୋଧନ କରି ୨୮୦୦/- ଗ୍ରେଡ୍ ପେ ସହ ୩ଟି ପ୍ରମୋଶନ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ କ୍ୟାଡ଼ର ନିୟମକୁ ଜାଣିଶୁଣି ସରକାର କାର୍ଯ୍ୟକାରୀ କରୁନାହାଁନ୍ତି । ୨୦/୩୦ ବର୍ଷ •କିରୀ କଲାପରେ ଶିକ୍ଷକମାନଙ୍କୁ ୫୦୦ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ନୂତନ ପେନ୍ସନ ଯୋଜନାରେ ପେନ୍ସନ ମିଳୁଛି । ତେଣୁ ଶିକ୍ଷକମାନଙ୍କ ମନରେ ଅସନ୍ତୋଷ ଦେଖା ଦେଉଛି । ଗୋଟିଏ ପଟେ ଶିକ୍ଷକମାନଙ୍କୁ ସରକାର ଠକୁଥିବା ବେଳେ ଅନ୍ୟପଟେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଅଣଦେଖା କରୁଛନ୍ତି । ଛାତ୍ରଛାତ୍ରୀମାନଙ୍କ ପାଇଁ ଠିକ୍ ସମୟରେ ପାଠ୍ୟ ପୁସ୍ତକ, ଉନ୍ନତମାନର ପୋଷାକ, ମଧ୍ୟାହ୍ନ ଭୋଜନ ଦେବାରେ ସରକାର ବିଫଳ ହୋଇଛନ୍ତି । ଏକକ ପରୀକ୍ଷା ନାଁରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆବଶ୍ୟକ ପ୍ରଶ୍ନପତ୍ର ନ ଯୋଗାଇ ଛୋଟ ଛୋଟ କୋମଳମତି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । ସରକାରଙ୍କ ଏହି ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ଯୋଗୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ିବା ସହ ଅଭିଭାବକମାନେ ସରକାରୀ ବିଦ୍ୟାଳୟରୁ ମୁହଁ ଫେରାଉଛନ୍ତି । ରାଜ୍ୟ ସରକାର ଶିକ୍ଷାକୁ ଘରୋଇକରଣ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି । ବାରମ୍ବାର ଦାବି ସତ୍ତେ୍ୱ ସରକାର ଶିକ୍ଷାକୁ ଗ୍ୁରୁତ୍ୱ ଦେଉନାହାଁନ୍ତି । ତୁରନ୍ତ ଶିକ୍ଷକ କର୍ମ•ରୀମାନଙ୍କୁ ନୂତନ ପେନ୍ସନ ଯୋଜନାକୁ ବାତିଲ୍ କରି ୨୦୦୫ ମସିହା ପୂର୍ବ ପ୍ରଚଳିତ ପେନ୍ସନ ବ୍ୟବସ୍ଥା ଲାଗୁ କରିବା, ସମସ୍ତ ପ୍ରାଥମିକ ଶିକ୍ଷକମାନଙ୍କୁ ୨୮୦୦/- ଗ୍ରେଡ୍ ପେ ଦେଇ ବେତନ କମିଶନରେ ହୋଇଥିବା ଅସଙ୍ଗତି ଦୂର କରିବା, କନିଷ୍ଠ ଶିକ୍ଷକମାନଙ୍କୁ କେନ୍ଦ୍ର ଧାର୍ଯ୍ୟ କରିଥିବା ଦରମା ପ୍ରଦାନ କରିବା, ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ, ବଷୟଭିତ୍ତିକ, ଶ୍ରେଣୀଭିତ୍ତିକ ଶିକ୍ଷକ, କିରାଣୀ, ପିଅନ ନିଯୁକ୍ତି କରିବା, ଠିକା ନିଯୁକ୍ତି ବାତିଲ୍ କରିବା, ବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବା, କ୍ୟାଡ଼ର ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଶିକ୍ଷକମାନଙ୍କୁ ଶିକ୍ଷାଦାନ ସହିତ ଶିକ୍ଷା ଅଧିକାର ଆଇନ୍ରେ ଉଲ୍ଲେଖ ଥିବା ଅଣଶିକ୍ଷା କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି ଅଣଶିକ୍ଷା କାର୍ଯ୍ୟରେ ନିୟୋଜିତ ନ କରିବାକୁ ନୂତନ ପେନ୍ସନ ଯୋଜନାଭୁକ୍ତ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୂପ୍ରସାଦ ସାହୁ ଦାବି କରିଛନ୍ତି ।ସଭାପତି ଶ୍ରୀ ମହାରଣାଙ୍କ ସଭାପତିତ୍ୱରେ ଶ୍ରମିକ ଭବନଠାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀରେ ବାରମ୍ବାର ଦାବି ସତ୍ତେ୍ୱ ସରକାର ଦାବି ପୂରଣ କରିନଥିବାରୁ ଆସନ୍ତା ବିଧାନସଭା ଅଧିବେଶନରେ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲଇବା ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଯୁଗ୍ମ ସାଧାରଣ ସମ୍ପାଦକ ପ୍ରବୀଣ କୁମାର ଦାସ, ସଂଗଠନ ସମ୍ପାଦକ ସୁଦାମ ଦଳବରା, ସୁଧାଂଶୁ ମଣ୍ଡଳ, ପ୍ରସନ୍ନ କୁମାର ଜେନା, ମହେଶ୍ୱର ମହାରଣା, ସୁଧାଂଶୁ ଶେଖର ନାୟକ, ସଚ୍ଚିଦାନନ୍ଦ ମିଶ୍ର, ଅମିତାଭ ଜେନା, କୃଷ୍ଣଚନ୍ଦ୍ର ବେହେରା, ସୁରେନ୍ଦ୍ରନାଥ ରାଉତ, କେଶବ ଚନ୍ଦ୍ର କର, ନରେଶ କୁମାର ପାତ୍ର, ସବିର ଅଲ୍ଲୀ ଖାନ, ଗୋପାଳ ସେନ ପ୍ରମୁଖ ଉପସ୍ଥିତ ଥିଲେ ।