ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର

ପୋଲସରା,(ଅନିଲ କୁମାର ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ ଦେବଶ କୁମାର ସାହୁଙ୍କ ପତ୍ର ଓଁ କୁମାରଙ୍କ ପ୍ରଥମ ବାର୍ଷିକ ଜନ୍ମ ଦିବସ ଅବସରରେ ଓଁ ହୋଲସେଲ ମେଡିକାଲ ଷ୍ଟୋର, ପୋଲସରା ର ଓଁ ଚାରିଟେବୁଲ ଟ୍ରଷ୍ଟ , ଫୁଲଟ୍ରନ ଇଣ୍ଡିଆ ଏବଂ ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଦୁଇ ସ୍ଥାନରେ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ସେପ୍ଟେମ୍ବର ୧୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଶିବିରଟି ଚିରିକିପଡା ଶାସନ ଓମ ହୋଲସେଲ ମେଡିକାଲ ଷ୍ଟୋରଠାରେ ସକାଳ ୯ ଘଣ୍ଟା ଠାରୁ ଅପରାହ୍ନ ୧୨ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ସମାଜସେବୀ ଚନ୍ଦ୍ରହାସ ସାହୁ, ପୋଲସରା ଓଁ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠାତା ଦେବେଶ କୁମାର ସାହୁ , ସିଫାନି ସାହୁ, ସୁଦାମ ଜେନା, ଶିବନାରାୟଣ ପ୍ରଧାନ, ଅଶୁତୋଷ ସାହୁ, ସରୋଜ କୁମାର ନାୟକ, ଗଣେଶ କୁମାର ନାୟକ ଓ ଓଁ ଚାରିଟେବୁଲ ଟ୍ରଷ୍ଟ ପୋଲସରା ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ଶିବିର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୋଟ ୪୭ ଜଣଙ୍କ ମାଗଣା ଚକ୍ଷୁ ପରୀକ୍ଷା କରାଯାଇ ୯ ଜଣଙ୍କୁ ଚଷମା ପ୍ରଦାନ ସହ ୩୧ ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ହସପିଟାଲ ବସରେ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା। ଦ୍ଵିତୀୟ ଶିବିର ପୋଲସରା ବ୍ଲକ ଢ଼ୁଙ୍କାପଡା ଗ୍ରାମର କଲ୍ୟାଣ ମଣ୍ଡପରେ ଆୟୋଜନ କରାଯାଇଥିଲା। ଢୁଙ୍କାପଡାରେ ମଧ୍ୟ ୩୨ ଜଣଙ୍କ ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନିଜସ୍ୱ ବସରେ ନିଆଯାଇଥିଲା। ଉଭୟ ସ୍ଥାନରେ ମୋଟ ୪୪ ଜଣଙ୍କ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା। ଅସ୍ତ୍ରୋପଚାର, ଖାଇବା, ରହିବା ଓ ଯିବା ଆସିବା ସମସ୍ତ ସମ୍ପୂର୍ଣ୍ଣ ମାଗଣା ଅଟେ। ଏହି କାର୍ଯ୍ୟକ୍ରମ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଶିବିର ପରିଚାଳକ ନଳିନୀକାନ୍ତ ରାଉତଙ୍କ ନେତୃତ୍ୱରେ ସାଗର ମହାନ୍ତି (ଚିଫ ଅପଟୋମେଟ୍ରିଷ୍ଟ), କଲ୍ୟାଣୀ ସ୍ୱାଇଁ, ଶୁଭଶ୍ରୀ ସେଠି(ଚକ୍ଷୁ ଟେକ୍ନିସିଆନ) ଓ ଏନ ମୁନା ପ୍ରମୁଖ କର୍ମଚାରୀ ବୃନ୍ଦ ଚକ୍ଷୁ ପରୀକ୍ଷା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ