ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକା ନସରିନଙ୍କୁ ଗିରଫ କଲା ପୁଲିସ
ଅପରାଧିକ ମାମଲାରେ ଜେଲରେ ସଢୁଥିବା ଗ୍ୟାଙ୍ଗଷ୍ଟର ସକିଲର ଜେଲରେ ରହି ମଧ୍ୟ ଦାଦାବଟି ମାଗୁଥିଲା । କଥାଟି ଆପଣଙ୍କୁ ନିତାନ୍ତ ଭାବେ ଅବିଶ୍ୱାସ ଲାଗୁଥିବ । କିନ୍ତୁ କଥାଟି ସଂମ୍ପୂର୍ଣ୍ଣ ସତ୍ୟ । ପୁଣି ସହରର ବଡ ବଡ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ମଦ ମାଫିଆ ଭଳି କୋଟି ପତି ମାନଙ୍କ ଠାରୁ ଅପରାଧି ଜେଲରେ ରହି ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଦାଦାବଟି ଆଦାୟ କରିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଦେଇଛି । ମିଳିଥିବା ଖବର ଅନୁଯାୟୀ ମହମ୍ମଦ ସକିଲ କିଛି ଦିନ ତଳେ କଟକ ବକ୍ସି ବଜାରସ୍ଥିତ ଆନନ୍ଦ ସ୍ପୋର୍ଟସ ମାଲିକ ଯୋଗେଶ ଅଗ୍ରୱାଲଙ୍କୁ ଭିଡିଓ କଲ କରି ୧୦ ଲକ୍ଷଟଙ୍କାର ଦାଦାବଟି ମାଗିଥିଲା ।ପୋଲିସ ତଦନ୍ତ କରି ସକିଲ ସମେତ ତାର ସହଯୋଗି ୫ ଜଣଙ୍କୁ ଗିରଫ କରିଥିବା ବେଳେ ଜେଲରେ କିପରି ଭାବରେ ଅପରାଧି ଜେଲର ଚାରିକାନ୍ଥ ମଧ୍ୟରେ ରହି କିପରି ବଡ ବଡ ବ୍ୟବସାୟୀ ମାନଙ୍କୁ ଭିଡିଓ କଲ କରି ମୋଟା ଅଙ୍କର ଦାଦାବଟି ଆଦାୟ କରୁଥିଲା । ତଥାପି ପୋଲିସ କିପରି ଅଭିଯୁକ୍ତକୂୁ ଗିରଫ କରିଥବା ବେଳେ କିପରି ବନ୍ଧୁକ ସମେତ ଜେଲରେ ବନ୍ଧୁକ ପହଞ୍ଚାଇବା ସମସ୍ତ ଘଟଣା ତନ୍ନ ତନ୍ନ କରି ଯାଚ କରୁଥିବା ସମୟରେ ପୋଲିସର ପଞ୍ଝାକୁ ଆସିଛି ପ୍ରେମିକା ନସରିନ୍ । ପୋଲିସ ନସରିନ ଗିରଫ କରିଛି । କଟକ ଡିସିପି ଅଖଳେଶ୍ୱର ସିଂହ କହିଛନ୍ତି ପୂର୍ବରୁ ଅପରାଧି ଉପରେ କଡା ନଜର ରଖିବା ପାଇଁ ନିର୍ଦେଶ ଦିଆଯାଇଥିବା ବେଳେ ଜେଲ ଭିତରେ କିଭଳି ଅପରାଧର ଚେର ଲମ୍ବି ଥିଲା ।ତାହା ଜେଲ କର୍ମଚାରୀଙ୍କ ଭୁମିକା ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ବୋଲି ଡିସିପି ଶ୍ରୀ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।