ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବ ଖାଁର ଆ‌ତ୍ମସମର୍ପଣ

ଭୁବନେଶ୍ୱର, (‌ୱାଇଏନ୍‌ଏସ୍‌): ଚ‌ର୍ଚ୍ଚାରେ ହାଇଦର । ହାଇଦରର ଫେରାର୍ ପରେ ଏବେ ହାଇଆଲର୍ଟରେ ଓଡ଼ିଶା ପୋଲିସ ।ଘନ ଘନ ଚଢ଼ାଉ ସହ ନାକାବ‌ନ୍ଦୀ କରିୁଛ‌ନ୍ତି ପୋଲିସ । ଏହା ଭିତରେ ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ ଖାଁ ଆତ୍ମସମର୍ପଣ କରିଛି । କଟକର ଚାଉଳିଆଗଞ୍ଜ ଥାନାରେ ୟାକୁବ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ପୂର୍ବରୁ ଏସସିବିରେ ଅନେକ ଥର ହାଇଦରକୁ ୟାକୁବୁ ଭେଟୁଥିଲା । ୟାକୁବ ପୂର୍ବରୁ ହାଇଦରକୁ ଜେଲ୍‌ରେ ଭେଟି ତାକୁ ବିରିଆନି ଦେବା ସହ ତାକୁ କାମ ମ‌ଧ୍ୟ ମାଗିଥିବା ସୂଚନା ମିଳିଛି ତେଣୁ ହାଇଦରର ଫେରାର୍ ହେବା ପଛରେ ୟାକୁବର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ ଯେ, ଏସସିବି ସର୍ଜରୀ ବିଭାଗରେ ଚିକିତ୍ସା ହେଉଥିବା ଅବସ୍ଥାରେ ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଫେରାର ହୋଇଯାଇଥିଲା । ସମ୍ବଲପୁର ସର୍କଲ ଜେଲରେ ସଜା କାଟୁଥିବା ବେଳେ ଅସୁସ୍ଥ ହେବାରୁ କିଛି ଦିନ ପୂର୍ବେ ତାକୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ହାଇଦରର ପତ୍ତା ଏ ପର୍ଯ୍ୟନ୍ତ ମିଳିପାରି ନଥିବା ବେଳେ ତାକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ଗଠନ କରାଯାଇ ଅପରେସନ ଜାରି ରହିଛି । ୟାକୁବର ଆତ୍ମସମର୍ପଣ ପରେ ହାଇଦର ସମ୍ପର୍କିତ ଅନେକ ତଥ୍ୟ ମିଳି ପାରିବ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ