ଗ୍ୟାରେଜ୍ରେ ଚଢ଼ାଉ କରି ଚାରି ଚୋରି ମୋଟରସାଇକେଲ୍ ଜବତ କଲା କମିଶନରେଟ୍ ପୋଲିସ୍
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ସକାଳ ଏଗାର ଘଣ୍ଟା ସମୟରେ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ର ଏକ ଟିମ୍ ବେଲଗୁଣ୍ଠା-ଜଗନ୍ନାଥପ୍ରସାଦ ରୋଡ଼୍ ରେ ଥିବା ଏକ ଗ୍ୟାରେଜ୍ ଉପରେ ଅତର୍କିତ ଚଢ଼ାଉ କରିଥିଲେ I ଚଢାଉ ବେଳେ ଗ୍ୟାରେଜ୍ ରୁ ହିରୋ କମ୍ପାନିର ତିନୋଟି ଏଚ୍ଏଫ୍ ଡିଲକ୍ସ ମୋଟରସାଇକେଲ୍ ସହିତ ଚକ ଏବଂ ଯନ୍ତ୍ରପାତି ଅଲଗା ଅଲଗା ହୋଇଥିବା ଅନ୍ୟ ଏକ ମୋଟରସାଇକେଲ୍ ଜବତ କରିଥିଲେ I ଜବତ ହୋଇଥିବା ଗାଡ଼ି ଗୁଡିକର ନମ୍ବର୍ ଓଡି 32ଏ-4453, ଓଡି 07ଏନ-9775, ଓଡି 07ଏନ-9775, ଏବଂ ଯନ୍ତ୍ରପାତି ଖୋଲା ଯାଇଥିବା ଗାଡିର ନମ୍ବର୍ ଓଡି 02ପି -5567 I ଏହି ମୋଟରସାଇକେଲ୍ ଗୁଡ଼ିକୁ କୌଣସି ଚୋରି ଏଜେଣ୍ଟ ଏଠାରେ ବିକ୍ରି କରିଥିବା ବେଳେ ବିଭିନ୍ନ ଚୋରଙ୍କ ସୂଚନା ପ୍ରକାରେ କମିଶନରେଟ୍ ପୋଲିସ୍ ଏଠାରେ ଚଢାଉ କରିଥିଲା l ଏଥିରୁ ଗୋଟିଏ ନମ୍ବର୍ ରେ ଦୁଇଟି ବାଇକ୍ ଥିବା ସୂଚନା ମିଳିଛି I ବାଇକ୍ ଗୁଡିକରେ ଗଂଜାମ, ଖୋର୍ଦ୍ଧା ଜିଲ୍ଳା ଅନୁସାରେ ବିଭିନ୍ନ ଜାଲ୍ ନମ୍ବର୍ ସଂଯୋଗ କରାଯାଇ ଗାଡ଼ି ଗୁଡିକ ବଜାରରେ ବୁଲୁଥିଲା I ଗାଡ଼ି ଗୁଡିକୁ ଜବତ କରି କମିଶନରେଟ୍ ପୋଲିସ୍ ବେଲଗୁଣ୍ଠା ଥାନାରେ ଜିମା ଦେଇ ତାରସିଂ ଥାନା ଅଞ୍ଚଳରେ ଆଉ କିଛି ଗାଡ଼ି ଥିବା ସନ୍ଦେହ କରି ଚୋରକୁ ନେଇ ସେଠାକୁ ଯାଇ ସନ୍ଧ୍ୟାରେ ଭୁବନେଶ୍ୱର ଫେରିଥିବା ଜଣାପଡିଛି I ଚଢାଉରେ ବେଲଗୁଣ୍ଠା ପୋଲିସ୍ ମଧ୍ୟ ସହଯୋଗ କରିଥିଲେ I ଗ୍ୟାରେଜ୍ ମାଲିକକୁ ପୋଲିସ ସାଙ୍ଗରେ ନେଇ ଯାଇଥିବା ବେଳେ ତାଠାରୁ ଗାଡ଼ିର ବିକା କିଣା ସମ୍ପର୍କରେ ଅଧିକ ତଥ୍ୟ ମିଳିବାର ସମ୍ଭାବନା ଅଛି I