ଗ୍ୟାସ୍ ଦର ବୃଦ୍ଧି ମୋଦିମାର୍କା ବିକାଶର ପ୍ରତିଫଳନ : ୟାସିର ନୱାଜ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବର୍ଦ୍ଧିତ ରନ୍ଧନ ଗ୍ୟାସ୍ ଦର ମୋଦିମାର୍କା ବିକାଶର ପ୍ରତିଫଳନ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି । ଆଜି ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ରାମନ୍ଦିର ଛକ ପର୍ଯ୍ୟନ୍ତ ଯାଉଥିବା ବେଳେ ପୋଲିସ୍ ସେମାନଙ୍କ ରାସ୍ତା ଅବରୋଧ କରିବା ସହ ଗିରଫ କରିଥିଲା । ଛାତ୍ର କଂଗ୍ରେସ କର୍ମୀମାନେ ଜନପଥ ଅବରୋଧ କରିବା ସହ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଥିଲେ ଯେ, ନରେନ୍ଦ୍ର ମୋଦି ସିଧାସଳଖ ହାଣ୍ଡିଶାଳରେ ମହଙ୍ଗା ମାଡ଼ କରିଛନ୍ତି । କଂଗ୍ରେସ ସରକାର ୪୦୩ ଟଙ୍କାରେ ଗୋଟିଏ ସିଲିଣ୍ଡର ଦେଉଥିବା ବେଳେ ନରେନ୍ଦ୍ର ମୋଦି ସରକାର ସିଲିଣ୍ଡିର ପ୍ରତି ୧ ହଜାର ୫୦ ଟଙ୍କା ନେଉଛନ୍ତି । ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିବାବେଳେ ବିଜେପି ଓ ସେ ନିଜେ ଗ୍ୟାସଦରକୁ ନେଇ ଅନେକବାର କୁମ୍ଭୀର କାନ୍ଦଣା କାନ୍ଦିଥିଲେ । ଗ୍ୟାସ୍ ଦର କମାଇବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମାତ୍ର ଶାସନକୁ ଆସିବା ପରେ ରନ୍ଧନ ଗ୍ୟାସ୍ ଦର ଆକାଶ ଛୁଆଁ କରିଦେଲେ । ହାଣ୍ଡିଶାଳରୁ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ପତ୍ରିବାଦର ସ୍ୱର ଉଠୁ ବୋଲି ଶ୍ରୀ ନୱାଜ ଆହ୍ୱାନ ଦେଇଛନ୍ତି । ପେଟ୍ରୋଲ, ଡ଼ିଜେଲ ଦର ମଧ୍ୟ ଆଜି ୧୦୦ ଟଙ୍କା ପାର । ମନମୋହନ ସିଂ ସରକାର ଅମଳରେ ଡ଼ିଜେଲ, ପେଟ୍ରୋଲ ଲିଟର ପିଛା ୫୫ ଟଙ୍କା ଏବଂ ପେଟ୍ରୋଲ ଲିଟର ପିଛା ୬୫ ଟଙ୍କାରେ ଦେଉଥିଲେ । ମନମୋହନ ସିଂ ସରକାର ଅମଳରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ଦୈଳଦର ବ୍ୟାରେଲ ପିଛା ୧୦୦ରୁ ୧୪୦ ଡ଼ଲାର ଥିଲା । ଏବେ ମୋଦି ସରକାର ଅମଳରେ ଆନ୍ତର୍ଜାତିକ ବଜାରରେ ୪ ବର୍ଷ ଧରି ଅଶୋଧିତ ତୈଳ ବ୍ୟାରେଲ ପିଛା ୨୦ରୁ ୧୦୦ ଡ଼ଲାର ମଧ୍ୟରେ ରହିଛି । ହେଲେ ତୈଳ ଓ ଗ୍ୟାସ୍ ଦର ବୃଦ୍ଧି ପାଇବାରେ ଲାଗିଛି । ମୋଦି ସରକାର ଆଚ୍ଛେଦିନ ନାମରେ ଜନତାଙ୍କ ରକ୍ତ ଶୋଷଣ କରୁଛନ୍ତି ବୋଲି ଶ୍ରୀ ନୱାଜ କହିଛନ୍ତି । ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଗିରଫ କରିବା ପରେ ୧ ଘଣ୍ଟା ଧରି ପୋଲିସ୍ ଆରୋରେ ଅଟକ ରଖି ଛାଡ଼ି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ରଣଜିତ ପାତ୍ର, ନିହାର ବେହେରା, ସୁନୀଲ ମାଟିଆ, ରଣଜିତ ସେନାପତି, ମହମ୍ମଦ ଗୁଲଫାମ୍‌, ବଟକୃଷ୍ଣ ରାଉତରାୟ, ସାଗର ପଟ୍ଟନାୟକ, ମହମ୍ମଦ ସମିଉଲ, କାର୍ତ୍ତିକେଶ୍ୱର କାଣ୍ଡି, ବିଭୂତି ଭୂଷଣ ମହାପାତ୍ର, ବିଶ୍ୱଭୂଷଣ ମହାପାତ୍ର, ସାହାରୁଖ ଖାନ, ଅବିନାଶ ନନ୍ଦ, ଅଜିତ ବାରିକ, ଉଦିତ୍ ପ୍ରଧାନ, ନିତେଶ କୁମାର ବେହେରା, ଆର୍ଯ୍ୟାନ ସାସମଲ, ନିଆଜୁଲି ଇସ୍‌ଲାମ, ମିର ରିଆଜୁଦିନ, ଫୟାଜ ଖାନ, ଏହମଦ ଖାନ, ଶ୍ରୀ ମହାନ୍ତି, ସୁବ୍ରତ କୁମାର ପ୍ରଧାନ, ପ୍ରତ୍ୟୁଷ ପ୍ରଧାନ, ସାମସଙ୍ଗ ଦାସ, ବିରଞ୍ôଚ ବାରିକ, ରାଜଦୀପ ବେହେରା ପ୍ରମୁଖ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ