ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ, ୬ ଆହତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରବିବାର ପୂର୍ବାହ୍ନରେ ହିଂଜିଳିକାଟୁ ପୌରାଂଚଳ ଆଙ୍କୋରଡ଼ା ଗ୍ରାମରେ ଗୃହ ପ୍ରତିଷ୍ଠା ସକାଶେ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ ଘଟି ୬ ଜଣ ଆହତ ହୋଇଛନ୍ତି । ଆହତ ମାନେ ହେଲେ ପୁରୋହିତ ସିମାଂଚଳ ପାଠି, ରାଜେନ୍ଦ୍ର ପାଠି, ଆଶୁତୋଷ ପାଠି, କିଶୋର ଚନ୍ଦ୍ର ପାଠି, ସନ୍ତୋଷ ପାଠି ଓ ହରିହର ବେହେରା । ଖବର ପାଇ ହିଂଜିଳିକାଟୁ ଅଗ୍ନିଶମ ବାହୀନି ଘଟଣା ସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ । ଉପସ୍ଥିତ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ରୋଷେଇ ସମୟରେ ରୋଷେୟାଙ୍କ ଅସାବଧାନତା ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଉପସ୍ଥିତ କିଛି ବ୍ୟକ୍ତି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ