ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ ଘଟଣା : ଚିକିତ୍ସାଧିନ ବୃଦ୍ଧଙ୍କ ମୃତ୍ୟୁ
ହିଞ୍ଜିଳିକାଟୁ, ((ଯୁଗାବ୍ଦ ନ୍ୟୁଜ/ଶେଷଦେବ ସାହୁ): ଗତ ୩ ତାରିଖରେ ହିଞ୍ଜିଳିକାଟୁ ପୌରାଂଚଳ ଆଙ୍କୋରୋଡ଼ା ଗ୍ରାମରେ ଗୃହପ୍ରତିଷ୍ଠା ସକାଶେ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ୬ ଜଣଙ୍କ ମଧ୍ୟରୁ ୩ ଗୁରୁତର ଆହତ ହୋଇଥିଲେ । ତେବେ ପୁରୋହିତ ସିମାଂଚଳ ପାଠି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ଅପରାହ୍ନରେ ଚିକିତ୍ସାଧିନ ସମୟରେ ମୃତ୍ୟୁ ଘଟିଛି । ଏ ନେଇ ବ୍ରହ୍ମପୁର ମେଡ଼ିକାଲ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ କରାଯିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରଯାଇଛି ।