ଗ୍ୟାସ୍ ଲିକ୍ ରୁ ଅଗ୍ନିକାଣ୍ଡ : ୨ ଆହତ

ହିଂଜିଳିକାଟୁ(ଶେଷଦେବ ସାହୁ) : : ଝିଅ ଘରକୁ ପିଠା ପଠାଇବା ଲାଗି ଗ୍ୟାସଚୁଲାରେ ପିଠା ତିଆରି କରୁଥିବା ବେଳେ ଗ୍ୟାସ ଲିକ ଯୋଗୁଁ ଅଗ୍ନିକାଣ୍ଡ ଘଟି ୨ ଜଣ ଆହତ ହୋଇଥିବା ବେଳେ ୨୦ ହଜାରରୁ ଉଦ୍ଧ୍ୱର୍ ଟଙ୍କା ସମ୍ପତି ପୋଡ଼ି ଯାଇଛି । ଏଭଳି ଏକ ଘଟଣା ଶୁକ୍ରବାର ପୂର୍ବାହ୍ନରେ ହିଂଜିଳିକାଟୁ ପୌରାଂଚଳ ୧୧ ନଂ ୱାର୍ଡ଼ ଥାନାତୋଟା ସାହିରେ ଦେଖିବାକୁ ମିଳିଛି । ଆହତ ଦ୍ୱୟ ହେଲେ ସୁକାନ୍ତି ମୁନି ଓ ରବିନ୍ଦ୍ର ଦାଶ । ସାହି ବାସିନ୍ଦା ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହୀନିର କର୍ମଚାରୀ ମାନେ ଘଟଣା ସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ