ଗ୍ୟାସ ଚୁଲାରୁ ପୋଡ଼ି ହୋଇ ବୃଦ୍ଧ ଗୁରୁତର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ତଲକପୋଖରୀ ପଞ୍ଚାୟତର ବାଗଡେଗା ଗ୍ରାମର ଶିଖର ଟୁଡୁ (୬୦) ଶନିବାର ଦିନ ସକାଳେ ଗ୍ୟାସ ଚୁଲା ଦୁର୍ଘଟଣାରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ତାଙ୍କର ଶତକଡା ୬୦ ଭାଗରୁ ଉର୍ଦ୍ଧ୍ବ ପୋଡିଯାଇଛି । ପରିସ୍ଥିତି ଗୁରୁତର ଯୋଗୁଁ ବାରିପଦା ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।